You are currently viewing ସରକାରଙ୍କ ଉପରେ ବର୍ଷିଲେ ବିଜୟ ପଟ୍ଟନାୟକ

ସରକାରଙ୍କ ଉପରେ ବର୍ଷିଲେ ବିଜୟ ପଟ୍ଟନାୟକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୩/୦୨ବାବୁରୁ ନେତା ହେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଭବନରେ ପ୍ରେସମିଟ୍ କରି ଶାସକ ଦଳ ଉପରେ ବର୍ଷିବା ସହ ରାଜ୍ୟ ସରକାରଙ୍କୁ ସିଧା ସିଧା ନିଶାନା କରିଛନ୍ତି ବିଜୟ । ତେବେ ବିଜୟଙ୍କ କହିବା କଥା, ଲୋକମାନେ ଯେଉଁ ସରକାରଙ୍କୁ ଭୋଟ୍ ଦେଇ ଜିତେଇଛନ୍ତି, ସେହି ଲୋକମାନଙ୍କ କଥା ଏବେ ସରକାର ଶୁଣିପାରୁନି । ବିଧାୟକଙ୍କ ପାଖକୁ କୌଣସି ଲୋକ ଅସୁବିଧା ନେଇ ଗଲେ ସେ ତାଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି, ସେହିପରି ମନ୍ତ୍ରୀ ମାନେ ମଧ୍ୟ ସମାନ କଥା କହୁଛନ୍ତି । ବର୍ତମାନ ସମୟରେ ତୃତୀୟ ମହଲା ଦ୍ୱାରା ସବୁକିଛି ନିୟନ୍ତ୍ରିତ ହେଉଛି ବୋଲି ବିଜୟ କହିବା ସହିତ ସରକାରଙ୍କୁ ତୀର ମାରିଛନ୍ତି । ତେବେ ଯେଉଁଠି ଲୋକସେବା ଭବନ ଆଉ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକମାନଙ୍କୁ ମନା ହେଉଛି, ସେଠି ଲୋକଙ୍କ ସ୍ୱର କେମିତି ଶୁଭିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ନେତାମାନେ ଯଦି ଲୋକଙ୍କ ସହ ମିଶିବେନି, ସେମାନଙ୍କ ଗୁହାରୀ ଶୁଣିବେନି ତେବେ ଏହାକୁ ଗଣତନ୍ତ୍ର କେମିତି କୁହାଯିବ? ବର୍ତମାନ ସମୟରେ ଚାଲିଥିବା ରୁଦ୍ଧଦ୍ୱାର ବ୍ୟବସ୍ଥାରେ ପରିବର୍ତନ ହେବା ଦରକାର ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରେସମିଟ୍ କରି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।