You are currently viewing ନିଆଳିରେ ୫ଟି ବୁଥରେ ମତଦାନ ବନ୍ଦ

ନିଆଳିରେ ୫ଟି ବୁଥରେ ମତଦାନ ବନ୍ଦ

ନିଆଳି(ଏଏନଏସ)୨୪/୦୨, ଆଜି ରାଜ୍ୟରେ ୫ମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ନିଆଳି ପୋଖରୀଗାଁ ପଞ୍ଚାୟତର ୫ଟି ବୁଥରେ ମତଦାନ ବନ୍ଦ ରହିଛି । ୨, ୧୧, ୧୬, ୧୭ ଓ ୧୮ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି । ବୁଥ୍ ଜବର ଦଖଲ ଅଭିଯୋଗରେ ଭୋଟିଂ ବନ୍ଦ ଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପ୍ରଶାସନ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ଏହି ପର୍ଯ୍ୟାୟରେ ୨୫ ଜିଲ୍ଲାର ୪୮ ବ୍ଲକର ୧୩୧ ଜିଲ୍ଲା ପରିଷଦ ଓ ୯୭୫ ପଞ୍ଚାୟତ ନିମନ୍ତେ ଭୋଟଗ୍ରହଣ କରାଯାଉଛି । ମୋଟ୍ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏଥିପାଇଁ ୧୩୫୧୪ ବୁଥ୍ ସ୍ଥାପନ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ସମ୍ପର୍ଣ୍ଣ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।