You are currently viewing ଜଳ ଯାତନା
Pushkar, India - November 15, 2010:

ଜଳ ଯାତନା

  • Post category:ଓଡିଶା
  • Reading time:1 mins read

ନିମାପଡ଼ା (ଏ ଏନ୍ ଏସ)୦୬/୦୫,ଗାଁ ପୋଖରୀ କୂଳରେ ଲାଗିଛି ମହିଳାଙ୍କ ଭିଡ । ହାତରେ ମାଠିଆ ଆଉ ବାଲ୍ଟି ଧରି ପୋଖରୀ କୂଳରେ ମହିଳା ମାନେ ପାଣି ପାଇଁ ଧାଡି ଲଗାଇଛନ୍ତି । ହଁ ଆଜ୍ଞା, ଗାଧୋଇବା ପାଇଁ ବ୍ୟବହାର କରାଯାଉଥିବା ଏହି ପୋଖରୀର ଜଳକୁ ଏମାନେ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ନିମାପଡା ବ୍ଲକ କୋଟକୁଶାଙ୍ଗ ପଂଚାୟତର । ପଂଚାୟତର ବକୁ, କାଜିପୁର ଏବଂ ମହମ ଗାଁରେ ସରକାରୀ ନଳକୂଅ ଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେଉଁଠି ଖାଇବା ସେଇଠି ଧୋଇବା ଭଳି ଲୋକେ ଗାଧୋଉଥିବା ପୋଖରୀର ପାଣିକୁ ପିଇବାପାଣି ଭାବେ ବ୍ୟବହାର କରୁଛନ୍ତି ।
ତେବେ ରାଜ୍ୟର ଗାଁ ଗାଁରେ ପିଇବା ପାଣିର ସୁବିଧା ପାଇଁ ରହିଛି ବସୁଧା ଯୋଜନା । ସରକାରୀ ବାବୁଙ୍କ ଖାତା ଖତିଆନରେ ସବୁ ଗାଁରେ ତିଆରି ହୋଇଛି ପାଣି ଟାଙ୍କି । ଆଉ ବାବୁ ମାନଙ୍କର ଏହି ଖତିଆନକୁ ନେଇ ସରକାର ବି ଖୁସ ଆଉ ସରକାରୀ ବାବୁ ବି ଖୁସ । ଯାହାର ପକେଟ ଭରିବା କଥା ତାଙ୍କ ଭରି ଯାଇଛି । କିନ୍ତୁ ବଡ ବଡିଆଙ୍କ ଫନ୍ଦି ଫିକର ଜାଣିନଥିବା ଏହି ନୀରିହ ଲୋକଗୁଡାକ ଖାଲି ଯାହା ପାଣି ମୁନ୍ଦେ ପାଇଁ ଦହଗଞ୍ଜ ହେଉଛନ୍ତି । ଗାଁରେ ଦୁଇ ଦୁଇଟି ନଳକୂପ ଅକାମୀ ହାଇ ପଡି ରହିଥିବା ବେଳେ ବର୍ଷେ ହେଲା ପାଣି ଟାଙ୍କି ତିଆରି ସରୁନି । ଟ୍ୟାଙ୍କରରେ ଗାଁରେ ପାଣି ଦିଆଯାଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ । ତେଣୁ ଗାଁଲୋକେ ପୋଖରୀର ପାଣିକୁ ଛାଣି ବ୍ୟବହାର କରୁଛନ୍ତି । ଅନ୍ୟପଟେ ପାଣିଟାଙ୍କି କିଏ ତିଆରି କରୁଛି, କେବେ କାମ ସରିବ ଏନେଇ ସରପଂଚଙ୍କ ପାଖରେ ମଧ୍ୟ ତଥ୍ୟ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।