ନବୀନଙ୍କ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀ କେତେ ଧନୀ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନିଜ ସମ୍ପତ୍ତିର ତାଲିକା ନିଜ CMO ୱେବ୍‌ସାଇଟ୍‌ରେ ଦେଇଛନ୍ତି | ନୂଆଦିଲ୍ଲୀ ଜନପଥ ବ୍ୟାଙ୍କରେ ମୁଖ୍ୟମନ୍ତ୍ରୀଙ୍କର ଅଛି ୨ଟି ଆକାଉଣ୍ଟ, ବ୍ୟାଙ୍କ ଅଫ ଇଣ୍ଡିଆ ସେଭିଙ୍ଗ୍‌ସ ଆକାଉଣ୍ଟରେ ୧୬.୭୬ ଲକ୍ଷ ଟଙ୍କା, ଅନ୍ୟ ଏକ ବ୍ୟାଙ୍କରେ ୧.୦୩ କୋଟି ଟଙ୍କାର ଫିକ୍‌ସ ଡିପୋଜିଟ | ସ୍ଥାବର ସମ୍ପତ୍ତି ତାଲିକାରେ ଅଛି ଜମି ଓ ବାସଗୃହ,ଫରିଦାବାଦରେ ଅଛି ୨୨.୭ ଏକର ଜମି ଓ କୋଠା, ଏହାର ଆନୁମାନିକ ମୂଲ୍ୟ ୧୦.୭୫ କୋଟି ଟଙ୍କା |ନବୀନ ନିବାସରେ ନବୀନଙ୍କର ଅଛି ଦୁଇ ତୃତୀୟାଂଶ ସେୟାର, ନବୀନ ନିବାସ ଭାଗର ଆନୁମାନିକ ମୂଲ୍ୟ ୯.୫୨ କୋଟି, ଦିଲ୍ଲୀ ଅବଦୁଲ କଲାମ ମାର୍ଗରେ ରହିଛି ସମ୍ପତ୍ତି, ସମ୍ପତ୍ତିର ଆନୁମାନିକ ମୂଲ୍ୟ ୪୩.୩୬ କୋଟି ଟଙ୍କା,ସୂଚନା ଥାଉ କି ,ସମ୍ପତ୍ତି ତାଲିକା ପ୍ରଦାନ ନେଇ ପୂର୍ବରୁ ଘୋଷଣା କରିଥିଲେ ନବୀନ, ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି । କେଉଁ ମନ୍ତ୍ରୀଙ୍କର ସମ୍ପତ୍ତି କେତେ ଆସନ୍ତୁ ଜାଣିବା:-
ଅରୁଣ ସାହୁ– ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା
ଅଶୋକ ପଣ୍ଡା- ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା
ତୁଷାରକାନ୍ତି ବେହେରା– ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା
ସୁଶାନ୍ତ ସିଂହ- ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା
ସୁଦାମ ମାର୍ଣ୍ଡି– ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା
ବିକ୍ରମ ଆରୁଖ- ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା
ଦିବ୍ୟଶଙ୍କର ମିଶ୍ର– ୭ କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା
ନିରଞ୍ଜନ ପୂଜାରୀ- ୪ କୋଟି ୩୪ ଲକ୍ଷ ୬୫ ହଜାର ୩୦୮ଟଙ୍କା
ପ୍ରତାପ ଜେନା– ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା
ସମୀର ଦାଶ- ୨ କୋଟି ୨୩ ଲକ୍ଷ ୭୫, ୭୬୧ ଟଙ୍କା
ପ୍ରଫୁଲ୍ଲ ମଲ୍ଲିକ- ୩୯ ଲକ୍ଷ ୨୮, ୮୩୧ ଟଙ୍କା

Leave A Reply

Your email address will not be published.