murder

ପାରିବାରିକ କଳହକୁ ନେଇ ବୁଥ୍ ଆଗରେ ସ୍ତ୍ରୀକୁ ହାଣିଲା ସ୍ୱାମୀ

ଏଏନଏସ: ବୁଥ୍ ଆଗରେ ସ୍ତ୍ରୀକୁ ହାଣିଲା ସ୍ୱାମୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ମୁକ୍ତାଡିହି ଗାଁର ୪ ନମ୍ବର ବୁଥରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ପାରିବାରିକ କଳହକୁ ନେଇ ସ୍ତ୍ରୀ କିଛି ଦିନ ପୂର୍ବରୁ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ହେଲେ ଭୋଟ ଦେବାକୁ ନିଜ ଦାଦାଙ୍କ ସହ ବୁଥକୁ ଆସିଥିବାବେଳେ ସେଠାରେ ତାଙ୍କ ସ୍ୱାମୀ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।