You are currently viewing ଓଡିଶା ଫେରିଲା ବିଶ୍ୱକପ ହକି ଟ୍ରଫି

ଓଡିଶା ଫେରିଲା ବିଶ୍ୱକପ ହକି ଟ୍ରଫି

ଭୁବନେଶ୍ୱର(୨୬.୧୨.୨୨) : ଓଡିଶା ଫେରିଛି ବିଶ୍ୱକପ ହକି ଟ୍ରଫି । ୧୩ ଟି ରାଜ୍ୟ ଓ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍‌ବର ବିମାନ ବନ୍ଦରରେ ପହଞ୍ଚିଲା ଟ୍ରଫି । ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଟ୍ରଫିକୁ ସ୍ୱାଗତ କରିଥିଲେ । ପରେ ଏହାକୁ ଭୁବନେଶ୍ୱର ମହାନଗର ନିଗମ ଏହି ଟ୍ରଫିକୁ ହସ୍ତାନ୍ତର କରାଯାଇଥିଲା । ବିମାନବନ୍ଦର ନିକଟ ବିଜୁ ପଟ୍ଟନାୟକ ଛକ ଠାରେ ଓଡ଼ିଶୀ ନୃତ୍ୟ, ଯୋଡ଼ି ଶଙ୍ଖ, ଢୋଲ ବାଜା ବଜାଇ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। BMC ମେୟର ସୁଲୋଚନା ଦାସ ଏବଂ କମିଶନର ଏହି ଟ୍ରଫିକୁ ଗ୍ରହଣ କରିଥିଲେ।ତାହା ପରେ ଟ୍ରଫିକୁ ଲିଙ୍ଗରାଜ ମନ୍ଦିର, ଏସ୍-ପ୍ଲାନେଡ ମଲ ଓ ପରେ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେବାର କାର୍ଯ୍ୟକ୍ରମ ରହିଛି। କାଲିଠୁ ବିଶ୍ୱକପ୍ ଟ୍ରଫି ସମସ୍ତ ଜିଲ୍ଲା ପରିଭ୍ରମଣ କରି ଜାନୁଆରୀ ୧୨ରେ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ପହଞ୍ଚିବ।

ଅନ୍ୟମାନଙ୍କୁ ଜଣାନ୍ତୁ।