You are currently viewing ଚିନ୍ତା ବଢାଉଛି କନ୍ୟାଶ୍ରମର ମସ୍ତିକ ଜ୍ୱର

ଚିନ୍ତା ବଢାଉଛି କନ୍ୟାଶ୍ରମର ମସ୍ତିକ ଜ୍ୱର

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(୨୧.୨.୨୩) : ଚିନ୍ତା ବଢ଼ାଉଛି ବାଲେଶ୍ୱର କନ୍ୟାଶ୍ରମର ମସ୍ତିଷ୍କ ଜ୍ୱର । ଗତକାଲି ରାତିରେ ପୁଣି ୪ ଜଣ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ସୋର ମେଡିକାଲରେ ଚିକିତ୍ସିତ ହେଉଥିଲେ କନ୍ୟାଶ୍ରମ ଅନ୍ତେବାସିନୀ ରାଖୀ ସାନ୍ତରା, ନନ୍ଦିନୀ ସିଂ, ପୂର୍ଣ୍ଣିମା ଦାସ, ରାକ୍ଷୀ ସିଂ । ଜ୍ୱର କମୁନଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଜ୍ୱରରେ ପୀଡ଼ିତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ଆଶ୍ରମର ୨୫ରୁ ଅଧିକ ଅନ୍ତେବାସୀ ଜର ହୋଇଛି । ଅସୁସ୍ଥ ହୋଇଥିବା ଛାତ୍ରୀମାନେ ବାରମ୍ବାର ଚେତାଶୂନ୍ୟ ହୋଇପଡୁଥିବା ବେଳେ ବାନ୍ତି, ମୁଣ୍ଡ ବିନ୍ଧା ଓ ବାତ ଲକ୍ଷଣ ଦେଖିବାକୁ ମିଳିଛି । ଏହି ସବୁ ଲକ୍ଷଣ ଅନୁସାରେ ମସ୍ତିଷ୍କ ପ୍ରବାହ ବୋଲି ଜଣାପଡିଛି । ନମୁନା ସଂଗ୍ରହ କରାଯାଇ ପଠାଯାଇଥିବା ବେଳେ କେବଳ ରିପୋର୍ଟକୁ ଅପେକ୍ଷା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।