You are currently viewing ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ଭଦ୍ରକ,୧୨/୧୦: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ଏହି ଘଟଣାଟି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ମହହୁଗାଇବାଡା ଗ୍ରାମରେ ଘଟିଛି । ମୃ୍‌ତ ଯୁବକ ହେଲେ ସରତ କୁମାର ବେହେରା । ସେ ଗାଁରେ ମିସ୍ତ୍ରୀ ଭାବେ କାମ କରି ରୋଜଗାର କରନ୍ତି ।
ସୂଚନା ଅନୁଯାୟୀ ସେହି ଗ୍ରାମରେ ଚୁଗୁଲୁ ବେହେରାଙ୍କ ଘରେ କାମ କରୁଥିବା ବେଳେ ସେ ଏକ ଲୁହା ଟିଏମଟି ବାର ବହନ କରିବାକୁ ଚେଷ୍ଟା କରୁଥିବା ବେଳେ ସରତ ୧୧ କେଭି ବିଦ୍ୟୁତ ତାର ସ୍ପର୍ଶ କରିଥଲେ । ଏହାପରେ ସରତଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନା ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।