You are currently viewing ଆଉ ଲଢିବିନି, ପୁଅ ଲଢିବ – ସୁର

ଆଉ ଲଢିବିନି, ପୁଅ ଲଢିବ – ସୁର

ଭୁବନେଶ୍ୱର(ଏଏନଏସ)୨୩/୦୨, ସର୍ବଦା ଗଣମାଧ୍ୟମର ଶିରୋନାମାରେ ରହିବାକୁ ପସନ୍ଦ କରନ୍ତି ବର୍ଷିୟାନ ଜଟଣୀର କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ । କଂଗ୍ରେସ ଦଳର ଜଣେ ଟାଣୁଆ ବିଧାୟକ ଭାବେ ସୁର ରାଉତରାୟ ଦଳ ପାଇଁ କାର୍ଯ୍ୟ କରୁଥିବା ବେଳେ ସର୍ବଦା ଗଣ ମାଧ୍ୟମର ଚର୍ଚ୍ଚାରେ ରହିଥାଆନ୍ତି । ଗତକାଲି ସାନପୁଅ ମନ୍ମଥ ରାଉତରାୟଙ୍କ ସହ ସୁରବାବୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ପାଇଁ ନବୀନ ନିବାସ ଯାଇଥିଲେ । ଏହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ।

ନବୀନଙ୍କୁ ସାକ୍ଷାତ କରି ସୁର ରାଉତରାୟ ଫେରିବା ପରେ ଗଣ ମାଧ୍ୟମର ବିଭିନ୍ନ ପ୍ରଶ୍ନର ୁତ୍ତର ଦେବାକୁ ଯାଇ କଂଗ୍ରେସ ବିଧାୟକ କହିଛନ୍ତି ଯେ ମୋର ବୟସ ହେଲାଣି ତେଣୁ ମୁଁ ଆଉ ବିଧାୟକ ଭାବେ ଜଟଣୀରୁ ଲଢିବି ନାହିଁ । ମୋ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବ । ବିଜେଡି ଦଳରୁ ଲଢିବେକି ପ୍ରଶ୍ନର ଉତ୍ତରରେ ସୁର କହିଥିଲେ ଯେ ସେ କଂଗ୍ରେସ ଟିକେଟରେ ହିଁ ଳଢିବ । ତେବେ କ’ଣ ପାଇଁ ନବୀନ ନିବାସକୁ ଯାଇଥିଲେ ବୋଲି ପଚାରିବାରେ ସେ କହିଥିଲେ ଏହା କେବଳ ସୌଜନ୍ୟ ମୂଳକ ସାକ୍ଷାତ ଥିଲା । ରାଜନୀତି ବିଷୟରେ ଗୌଣସି ଆଲୋଚନା ହୋଇନାହିଁ କେବଳ ପୁଅ ବିଷୟରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।