You are currently viewing ଅଟୋ ଡ୍ରାଇଭର କେଜ୍ରିୱାଲଙ୍କର ନୁହେଁ ମୋଦିଙ୍କ ଫ୍ୟାନ

ଅଟୋ ଡ୍ରାଇଭର କେଜ୍ରିୱାଲଙ୍କର ନୁହେଁ ମୋଦିଙ୍କ ଫ୍ୟାନ

ନୂଆଦିଲ୍ଲୀ(୧.୧୦.୨୨) : ୟୁ-ଟର୍ଣ୍ଣ ମାରିଲେ ଅଟୋ ଡ୍ରାଇଭର । କହିଲେ ମୁଁ କେଜ୍ରିୱାଲଙ୍କର ନୁହେଁ ମୋଦିଙ୍କ ଫ୍ୟାନ । ଏଭଳି କହିଛନ୍ତି ୨ ମାସ ତଳେ କେଜ୍ରିିୱାଲଙ୍କୁ ଡିନରେ ଡାକିଥିôବା ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନୀ । ଶୁକ୍ରବାର ଦିନ ଗୁଜୁରାଟରେ ଥାଲତେଜ ଅଞ୍ଚଳରେ ମୋଦିଙ୍କର ଏକ ରାଲିରେ ଦାନ୍ତାନୀ ଗେରୁଆ ରଙ୍ଗର ଗାମୁଚ୍ଛା କାନ୍ଧରେ ପକାଇବା ସହ ଟୋପି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହା ଫଳରେ କିଛି ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ ପଚାରିଥିଲେ । ସେ ସେହି ସମୟରେ ୟୁ ଟର୍ଣ୍ଣ ମାରି କହିଥିଲେ ସେ ନରେନ୍ଦ୍ରମୋଦିଙ୍କ ଜଣେ ବଡ ଫ୍ୟାନ । ତେବେ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରିବା ପାଇଁ ଅଟୋରିକ୍ସା ୟୁନିଅନର ନେତାମାନେ ତାଙ୍କୁ କହିଥିଲେ ବୋଲି ସେ କହିଛନ୍ତି । ଏବଂ ଏହା ମଧ୍ୟ କହିଛନ୍ତି ସେ ଜାଣି ନଥିଲେ ଏହି କଥା ଏତେ ବଡ ପ୍ରସଙ୍ଗ ହେବ ବୋଲି । ଏହା ସହିତ କହିଛନ୍ତି ମୁଁ ମୋଦିଙ୍କର ବଡ ଫ୍ୟାନ ଆଉ ମୁଁ ସବୁବେଳେ ବିଜେପିକୁ ଭୋଟ ଦିଏ । ସେନ୍ଟେମ୍ବର ୧୩ ତାରିଖରେ ଅହମ୍ମଦାବାଦ ଟାଉନ ହଲରେ ଆମ ଆଦମୀ ପାର୍ଟି ବୈଠକ ବେଳେ ଦନ୍ତାନୀ କେଜ୍ରିୱାଲଙ୍କୁ ତାଙ୍କ ଘରକୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ । ଏହି ନିମନ୍ତ୍ରଣକୁ ବୈଠକରେ ସ୍ୱୀକାର କରିଥିଲେ ଆପ ସୁପ୍ରିମୋ କେଜ୍ରିୱାଲ ।

ଅନ୍ୟମାନଙ୍କୁ ଜଣାନ୍ତୁ।