alka-lamba

ବିଧାନସଭା ଓ ଲୋକସଭାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ କଂଗ୍ରେସ : ଅଳକା ଲାମ୍ବା 

ଏଏନଏସ: ନବୀନ ନିବାସ ଅଭିମୁଖେ ବାହାରିଛନ୍ତି ମହିଳା ନେତା ଓ କର୍ମୀ । ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବାଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ପଦଯାତ୍ରାରେ ବାହାରିଛନ୍ତି କଂଗ୍ରେସର ହଜାର ହଜାର ମହିଳା ନେତ୍ରୀ ଓ କର୍ମୀ । ବିଜେଡି ଶାସନରେ ମହିଳାମାନେ ଅସୁରକ୍ଷିତ, ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ଆଣି ନବୀନ ନିବାସ ଘେରାଉ କରିବାକୁ ବାହାରିଛି କଂଗ୍ରେସ । ଏହାପୂର୍ବରୁ କଂଗ୍ରେସ ଭବନ ସାମ୍ନାରେ ଏକ ବିଶାଳ ମହିଳା ସମାବେଶ କରାଯାଇଥିଲା । ସେହି ସଭାରେ ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା କହିଛନ୍ତି ବିଧାନସଭା ଓ ଲୋକସଭା ଆସନରେ ୩୩ ନୁହେଁ ୫୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ କଂଗ୍ରେସ । 

ଅନ୍ୟମାନଙ୍କୁ ଜଣାନ୍ତୁ।