You are currently viewing ସଂସଦ ଶୀତକାଳୀନ ଅଧିବେଶନ ସୁରୁଖୁରୁରେ ଚଳାଇବା ନେଇ ରଣନୀତି ପ୍ରସ୍ତୁତ

ସଂସଦ ଶୀତକାଳୀନ ଅଧିବେଶନ ସୁରୁଖୁରୁରେ ଚଳାଇବା ନେଇ ରଣନୀତି ପ୍ରସ୍ତୁତ

ନୂଆଦିଲ୍ଲୀ: ଡ଼ିସେମ୍ବର୪ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ଆଜି ସରକାର ଏକ ସର୍ବଦଳୀୟ ବୈଠକ ପାଇଁ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ଗୃହ ନେତାମାନେ ଯୋଗଦେବେ। ଏହି ବୈଠକ ଡାକିବାର ମୁଖ୍ୟ ଉଦ୍ଦେଶ୍ୟ ସଂସଦର ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ରଣନୀତି ପ୍ରସ୍ତୁତ କରିବା ଏବଂ ବିଧାନସଭା ଏଜେଣ୍ଡା ସ୍ଥିର କରିବା।

ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ୧୯ ଦିନ ମଧ୍ୟରୁ ୧୫ ଦିନ ବୈଠକ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।