You are currently viewing ଆସନ୍ତା ୨୪ରୁ ନୂତନ ସଂସଦ ଅଧିବେଶନ : ନବନିର୍ବାଚିତ ସାଂସଦମାନେ କରିବେ ଶପଥ ଗ୍ରହଣ

ଆସନ୍ତା ୨୪ରୁ ନୂତନ ସଂସଦ ଅଧିବେଶନ : ନବନିର୍ବାଚିତ ସାଂସଦମାନେ କରିବେ ଶପଥ ଗ୍ରହଣ

ଏଏନଏସ : ୧୮ତମ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଜୁନ ୨୪ରେ ଆରମ୍ଭ ହେବାକୁ ଯାଉଛି। ସେହିଦିନ ନବନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ ସମାରୋହ ହେବ। ଏଥିସହ ଓଡ଼ିଶାର ୨୧ ସାଂସଦ ମଧ୍ୟ ଶପଥ ଗ୍ରହଣ କରିବେ । ୨୧ ସାଂସଦଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା ବିଜେପିର ୨୦ ସାଂସଦ ଆଜି ଶପଥଗ୍ରହଣ କରିବାକୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

ସାଂସଦଙ୍କ ଶପଥ ଗ୍ରହଣ ସମାରୋହ ପରେ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ଜୁନ ୨୭ରେ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋୁ୍‌ଧିତ କରିବେ।

ସୂତ୍ରରୁ ପ୍ରକଶ ଯେ, ଲୋକସଭାର ବାଚସ୍ପତି ପଦବୀ ବିଜେପିକୁ ଯିବାର  ଥିବା ବେଳେ ଉପବାଚସ୍ପତି ପଦବୀଟି ଏନଡିଏର ସହଯୋଗୀ ଦଳକୁ ଦିଆଯିବାର  ସମ୍ଭାବନା ରହିଛି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।