You are currently viewing ପାଦ ତଳ ରେଖା କହିଥାଏ ବ୍ୟକ୍ତିଙ୍କ ସ୍ଵଭାବ କିପରି

ପାଦ ତଳ ରେଖା କହିଥାଏ ବ୍ୟକ୍ତିଙ୍କ ସ୍ଵଭାବ କିପରି

ଜ୍ୟୋତିଷ ଶାସ୍ତ୍ର ଭଳି ସାମୁଦ୍ରିକ ଶାସ୍ତ୍ରରେ ମଧ୍ୟ ବ୍ୟକ୍ତିର ସ୍ୱଭାବ, ଗୁଣ ଓ ଭବିଷ୍ୟ ସମ୍ପର୍କରେ ବହୁତ କିଛି ଉଲ୍ଲେଖ କରାଯାଇଛି। ସାମୁଦ୍ରିକ ଶାସ୍ତ୍ରରେ ଆପଣଙ୍କ ଶରୀରର ଅଂଗର ଗଠନ,ରଂଗ ଓ ଆକାର-ପ୍ରକାର ଅନୁଯାୟୀ ଭବିଷ୍ୟତ ସମ୍ପର୍କରେ କୁହାଯାଇପାରେ । ତେବେ ଆସନ୍ତୁ ଜାଣିବା ବ୍ୟକ୍ତିଙ୍କ ପାଦ ତଳେ ଥିବା ରେଖାରୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ।

୧. ସମାନ ପାଦ ତଳ ଥିବା ବ୍ୟକ୍ତି –

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ପାଦ ତଳ ସମାନ ହୋଇଥାଏ ବା ପାଦ ତଳ ପୁରା ଭାବେ ମାଟିକୁ ଛୁଉଁ ଥିବ, ସେହି ଲୋକଙ୍କର ବିଚାର ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ହୋଇଥାଏ । ଏହି ଲୋକେ ବହୁତ ପରିଶ୍ରମୀ ହୋଇଥାନ୍ତି । ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ତତ୍ପର ହୋଇଥାନ୍ତି ।

୨. ପାଦ ତଳ ରେଖା ଯଦି ଆଙ୍ଗୁଠି ଯାଏ ଯାଇଥାନ୍ତି –

କୁହାଯାଏ ଯେଉଁ ବ୍ୟକ୍ତିଙ୍କ ପାଦ ତଳ ରେଖା ଯଦି ଗୋଇଠି ତଳୁ ବାହାରି ତଳି ପାଦର ଆଙ୍ଗୁଠି ମଧ୍ୟ ଭାଗ ପର୍ଯ୍ୟନ୍ତ ଯାଇଥାଏ, ଏପରି ଲୋକେ ଜୀବନରେ ବହୁତ ଆରାମରେ ରହିଥାନ୍ତି । ଏହି ଲୋକଙ୍କ ଜୀବନରେ ଧନର କେବେ ଅଭାବ ହୋଇନଥାଏ ।

୩. ପାଦ ତଳ ଧଳା ହୋଇଥିଲେ –

ସେହିପରି ଯେଉଁ ବ୍ୟକ୍ତିଙ୍କ ପାଦ ତଳ ଧଳା ହୋଇଥାଏ, ସେହି ଲୋକ ଠିକ ଭୁଲ୍‌ ପରଖିବାରେ ବହୁତ ଭୁଲ କରିଥାନ୍ତି । ଏମାନେ ବହୁ ସମୟରେ କିଛି ଚିନ୍ତା ନକରି ନିର୍ଣ୍ଣୟ ନେଇଥାନ୍ତି । ଫଳରେ ନିଜ ପାଇଁ ଅସୁବିଧା ସୃଷ୍ଟି କରିଥାନ୍ତି ।

୪. ପାଦ ତଳେ କିଛି ଖାସ ଚିହ୍ନ ଥିଲେ –

ଏସବୁ ବ୍ୟତୀତ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ପାଦ ତଳେ ଶଙ୍ଖ, ପତାକା, ପଦ୍ମ, ଚକ୍ର ଭଳି ଚିହ୍ନ ଥାଏ, ସେହି ବ୍ୟକ୍ତି ଭବିଷ୍ୟତରେ ଅନେକ ସଫଳତା ହାସଲ କରିଥାନ୍ତି । ଏଥି ସହିତ ଏମାନଙ୍କ ମାନ ସମ୍ମାନ ବି ବଢ଼ିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।