You are currently viewing ଚଉଷଠି ଯୋଗୀନି ମନ୍ଦିରର ରହସ୍ୟ

ଚଉଷଠି ଯୋଗୀନି ମନ୍ଦିରର ରହସ୍ୟ

ଭାରତକୁ ମନ୍ଦିରର ଦେଶ କୁହାଯାଏ । ଏଠାରେ ଅନେକ ପ୍ରକାରର ପ୍ରାଚୀନ ଓ ଚମକାôରୀ ମନ୍ଦିର ମାନ ଅଛି । ଏଥିମଧ୍ୟରୁ ଅନେକ ରହସ୍ୟମୟୀ ମନ୍ଦିର ମାନ ଅଛି । ଏଥି ମଧ୍ୟରେ ସାମିଲ ଅଛି ମଧ୍ୟ ପ୍ରଦେଶର ଚଉଷଠି ଯୋଗୀନୀ ମନ୍ଦିର । ଭାରତରେ ଚାରୋଟି ଚଉଷଠି ଯୋଗିନୀ ମନ୍ଦିର ଅଛି । ଦୁଇଟି ଓଡିଶାରେ ଥିବା ବେଳେ ଅନ୍ୟ ଦୁଇଟି ମଧ୍ୟ ପ୍ରଦେଶରେ ଅବସ୍ଥିତ । ମଧ୍ୟପ୍ରଦେଶର ମୌରାନଠାରେ ଥିବା ଯୋଗିନୀ ମନ୍ଦିର ସବୁଠାରୁ ପ୍ରାଚୀନ ମନ୍ଦିର ଅଟେ । ତନ୍ତ୍ର ମନ୍ତ୍ର ପାଇଁ ଏହି ମନ୍ଦିର ସମଗ୍ର ଦୁନିଆରେ ଜଣାଶୁଣା ।

ଏହି ମନ୍ଦିରକୁ ତାନ୍ତ୍ରିକ ୟୁନିଭର୍ସିଟି କୁହାଯାଏ । ଦୁନିଆର ପ୍ରାୟ ସମସ୍ତ ଏହାରେ ଶିକ୍ଷା ଲାଭ କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ରହସ୍ୟମୟୀ ମନ୍ଦିର ବିଷୟରେ । ମଧ୍ୟ ପ୍ରଦେଶର ପ୍ରାଚୀନ ଚଉଷଠୀ ଯୋଗିନୀ ମନ୍ଦିର ଗୋଲାକାର ଅଟେ । ଏଠାରେ ୬୪ଟି ବଖରା ଅଛି । ଏହି ମନ୍ଦିରଟି ମୌରାନ ଜିଲ୍ଲା ମୁଖ୍ୟାଳୟ ଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ମିତାବଲୀ ଗାଁରେ ଅବସ୍ଥିତ ଏହି ମନ୍ଦିର ସମଗ୍ର ଦୁନିଆରେ ପ୍ରସିଦ୍ଧ ଲାଭ କରିଛି । ଏହି ମନ୍ଦିରର ନିର୍ମାଣ ୧୦୦ ପୁଟ ଊଚ୍ଚରେ କରାଯାଇଛି । ଏହି ମନ୍ଦିର ନିକଟରେ ପହଞ୍ଚିବା ପାଇଁ ୨୦୦ ଟି ପାହାଞ୍ଚ ଚଢିବାକୁ ପଡିଥାଏ । ଏହି ମନ୍ଦିରର ନିର୍ମାଣ କଚ୍ଛପ ରାଜା ଦେବପାଳ ୧୩୨୩ରେ କରିଥିଲେ । ଏହି ମନ୍ଦିରରେ ସୂର୍ଯ୍ୟଙ୍କର ଗୋଚର ଆଧାର ଉପରେ ଜ୍ୟୋତିଷ ଏବଂ ଗଣିତ ଆଧାର ଉପରେ ଶିକ୍ଷା ଦିଆଯାଏ । ମାନ୍ୟତା ଅଛିକି ମା’ କାଳୀଙ୍କ ଅବତାର ହେଉଛନ୍ତି ଚଉଷଠୀ ଯୋଗିନୀ ମନ୍ଦିର । କାତା ଆଦିଶକ୍ତି ଏକ ରାକ୍ଷସ ସହ ଯୁଦ୍ଧ ଲଢିଲା ବେଳେ ଏହି ରୂପ ଧାରଣ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।