You are currently viewing ଶନିବାର ଦିନ କରନ୍ତୁ ଏହି କାମ

ଶନିବାର ଦିନ କରନ୍ତୁ ଏହି କାମ

ଶନିବାର ଦିନ ରୁଦ୍ରାବତାର ଭୈରବ ଓ ଶନିଦେବଙ୍କ ପୂଜା ଦିନ ଅଟେ । ଶନିଦେବ ଭଲ କାର୍ଯ୍ୟକୁ ପୁରସ୍କାର ଓ ଖରାପ କାର୍ଯ୍ୟକୁ ଦଣ୍ଡ ଦେଇଥାନ୍ତି । ତେଣୁ ମାନ୍ୟତା ରହିଛି ଯେ ଏହି ଦିନ ବ୍ରତ ଓ ପୂଜା ପାଠ ଦ୍ୱାରା ସବୁ ଅସୁବିଧା ଦୂର ହୋଇଥାଏ । ହେଲେ ଯଦି ଶନିବାର ଦିନ ଏହି କାମ କରିବେ ଶନିଦେବ କ୍ରୋଧିତ ହେବେ । ଫଳରେ ଆପଣଙ୍କୁ ପସ୍ତାଇବାକୁ ପଡିପାରେ ।

 ଶନିବାର ଦିନ ମଦ ପିଅନ୍ତୁ ନାହିଁ, ଏହାଯୋଗୁ ଆପଣଙ୍କ ଜୀବନରେ ବହୁ ପ୍ରକାର ଅସୁବିଧା ଆସିପାରେ ।

 ପୂର୍ବ,ଉତ୍ତର ଓ ଐଶାନ୍ୟ କୋଣକୁ ଯାତ୍ରା କରିବା ମନା । ବିଶେଷ କରି ପୂର୍ବ ଦିଗକୁ ଯାତ୍ରା ନ କରିବା ଭଲ । କାରଣ ଏହି ଦିନ ପୂର୍ବ ଦିଗ ଦିଶାଶୂଳ ଅଟେ । ନିହାତି ଯିବାକୁ ପଡେ ତ ଅଦା     ଖାଇ କରି ଯାତ୍ରା କରନ୍ତୁ । ପ୍ରଥମେ ୫ ପାଦ ଓଲଟା ଚାଲନ୍ତୁ ।

 ବାପଘରୁ ଶନିବାର ଦିନ ଝିଅ ଆସିବା ଠିକ ହୋଇ ନଥାଏ ।

 ଶନିବାର ଦିନ ଲୁହା, କାଠ, ତେଲ, କୋଇଲା, ଚମଡା, କଳା ଖସା ବା ତିଳ, କଳା ଜୋତା ଓ ଲୁଣ କିଣନ୍ତୁ ନାହିଁ । ନଚେତ ବିନା କାରଣରେ ଜୀବନରେ ବାଧା ଆସିବ ।

 ଏହି ଦିନ ବାଳ ଓ ନଖ କାଟିବା ମନା ।

 ଶନିବାର ଦିନ ଦୁଧ, ଦହି ଖାଇବାରୁ ବିରତ ହେବା ଦରକାର । କୁହାଯାଏ ଏହି ଦିନ ଏହିସବୁ ଖାଦ୍ୟ ଖାଇବାର ଅଛି ତ ହଳଦୀ କିମ୍ବା ଗୁଡ ମିଶାଇ ଖାଆନ୍ତୁ ।

 ଏହି ଦିନ ବାଇଗଣ, ଆମ୍ବ ଆଚାର ଓ ଲାଲ୍‌ ଲଙ୍କା ମଧ୍ୟ ଖାଇବା କଥା ନୁହେଁ ।

 ଶନିବାର ଦିନ କେବେ ବି ମିଛ କୁହନ୍ତୁ ନାହିଁ । ଏମିତି କଲେ ଶନିଦେବ କ୍ରୋଧିତ ହୋଇଥାନ୍ତି ।

 ଶନିବାର ଦିନ ମହିଳା, ଗରୀବ ଓ ସଫାଇ କର୍ମୀଙ୍କୁ ଅପମାନ କରିବା କଥା ନୁହେଁ ।

 ଶନିବାର ହଳଦୀ ରଂଗର ଜିନିଷ ଦାନ କରନ୍ତୁ ନାହିଁ । ନଚେତ ଶନିଦେବ ଅପ୍ରସନ୍ନ ହୋଇଥାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।