You are currently viewing ଖାଦ୍ୟ ଖାଇବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ୍

ଖାଦ୍ୟ ଖାଇବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ୍

ଜୀବନ ପାଇଁ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।  ପ୍ରତ୍ୟେକ ବ୍ୟକ୍ତି ଦିନକୁ ଅତି କମରେ ୨ ରୁ ୩ ଥର ଖାଆନ୍ତି । କିନ୍ତୁ ଏହି ସମୟରେ  ଆମେ ଏପରି କିଛି ଛୋଟ ଛୋଟ ଭୁଲ କରିଥାଉ ଯାହା ସେହି ସମାନ ଖାଦ୍ୟ ରୋଗର କାରଣ ହୋଇଯାଏ । ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ନ ଖାଇବା ଏହା ପଛରେ ଏକ ବଡ଼ କାରଣ ଅଟେ ।  କିନ୍ତୁ ଏହା ବ୍ୟତୀତ କିଛି ତ୍ରୁଟି ମଧ୍ୟ ଅଛି, ଯାହାକୁ ବାସ୍ତୁ ଶାସ୍ତ୍ରରେ ମୃତ୍ୟୁର କାରଣ ବୋଲି ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା  ଏହି ସବୁ ତ୍ରୁଟି ବିଷୟରେ-

– ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସର୍ବଦା ପୂର୍ବ କିମ୍ବା ଉତ୍ତର-ପୂର୍ବ ଆଡକୁ  ମୁଖ କରି ଖାଦ୍ୟ ଖାଇବା ଉଚିତ୍ । ଏପରି କରିବା ଦ୍ୱାରା  ବ୍ୟକ୍ତିର ବୟସ  ବଢୀବା ସହ ହଜମ ଶକ୍ତି ଭଲ ହୋଇଥାଏ  ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ ।

– ଅନ୍ୟ ପଟେ, ଦକ୍ଷିଣ ଦିଗକୁ ମୁଖ କରି ଖାଦ୍ୟ ଖାଇବା ମାନେ ନିଜ ଜୀବନକୁ ବିପଦ ଆଡକୁ ଠେଲି ଦେବା । କାରଣ ଦକ୍ଷିଣ ଦିଗ ଯମରାଜଙ୍କ ଦିଗ ହୋଇଥାଏ, ତେଣୁ ଏହି ଦିଗକୁ ମୁଖ କରି ଖାଦ୍ୟ ଖାଇବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

–  ଯେଉଁମାନେ କ୍ୟାରିଅର୍ ଆରମ୍ଭ କରୁଛନ୍ତି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି  । ସେହି ଛାତ୍ରମାନେ ଉତ୍ତର ଦିଗକୁ ମୁଖ କରି ଖାଦ୍ୟ ଖାଇବା ଉଚିତ୍ । ଏହି ଦିଗରେ ମୁଖ କରି ଖାଇବା ଦ୍ୱାରା ଜ୍ଞାନ ବଢିଥାଏ ।

– ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ଘରର ପଶ୍ଚିମ ଦିଗ ଡାଇନିଂ ହଲ୍ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଯଦି ଏହା ସମ୍ଭବ ନୁହେଁ, ତେବେ ଡାଇନିଂ ଟେବୁଲକୁ ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ମଧ୍ୟ ରଖାଯାଇପାରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।