You are currently viewing ଝିଅ ମଧ୍ୟ କରିପାରିବେ ପିତୃପୁରୁଷଙ୍କୁ ପିଣ୍ଡଦାନ

ଝିଅ ମଧ୍ୟ କରିପାରିବେ ପିତୃପୁରୁଷଙ୍କୁ ପିଣ୍ଡଦାନ

ସନାତନ ଧର୍ମରେ ପିତୃପକ୍ଷର ବିଶେେ ମହତ୍ତ୍ୱ ଥାଏ । ମାନ୍ୟତା ଅଛିକି ପିତୃପକ୍ଷରେ ପୂର୍ବପୁରୁଷ ମାନେ ପୃଥିବୀକୁ ଆସି ନିଜ ପରିଜନ ମାନଙ୍କୁ ଦେଖିଥାଆନ୍ତି । ପିତୃପୁରୁଷଙ୍କୁ ଶ୍ରାଦ୍ଧ କରିବା ଦ୍ୱାରା ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ଶାସ୍ତ୍ର ଅନୁସାରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା କାମ ଘରର ପୁଅ ମାନଙ୍କର କିନ୍ତୁ ଯୋଉ ଘରେ ପୁଅ ନାହାନ୍ତି ସେଠାରେ ଝିଅମାନେ ମଧ୍ୟ ପିଣ୍ଡଦାନ କରିପାରିବେ ।

ଶାସ୍ତ୍ର ଅନୁସାରେ ମା’,ବାପା ଏବଂ ଅନ୍ୟ ପରିଜନଙ୍କ ମୃତ୍ୟୁପରେ ଆତ୍ମା ଶାନ୍ତି ପାଇଁ ପିଣ୍ଡ ଦାନକରିବା ଏବଂ ତର୍ପଣ କରିବା ଆବଶ୍ୟକ । କୁହାଯାଏ ଏପରି ନକରିବା ଦ୍ୱାରା ଆତ୍ମାମାନଙ୍କୁ ସାଂସାରିକ ବନ୍ଧନରୁ ମୁକ୍ତି ମିଳିନଥାଏ । ସେହି ଆତ୍ମା ଚାରିଆଡେ ବୁଲିଥାଆନ୍ତି । ସେହି ଆତ୍ମା ମାନଙ୍କ ମୁକ୍ତି ପାଇଁ ପିଣ୍ଡଦାନ ଏବଂ ଶ୍ରାଦ୍ଧ କରିବା ଆବଶ୍ୟକ । ଯେଉଁ ଘରେ ଏହି ବିଧି କରିବା ପାଇଁ କେହି ପୁରୁଷ ନଥାନ୍ତି ସେଠାରେ ଏହାକୁ ଝିଅମାନେ ମଧ୍ୟ କରିପାରିବେ । ପିତୃପକ୍ଷ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପଡିଥାଏ । ଏହାଲଗାତାର ୧୫ ଦିନ ଯାଏଁ ଚାଲିଥାଏ । ଚଳିତ ବର୍ଷ ଏହା ୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଯାଏଁ ଚାଲିବ । ବିଧିବିଧାନର ସହ କରିବା ଦ୍ୱାରା ପିତୃ ପୁରୁଷ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାଆନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।