You are currently viewing ହଟହଟା ହେଲା କଲରାପତିରିଆ ବାଘ

ହଟହଟା ହେଲା କଲରାପତିରିଆ ବାଘ

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ୍ ଭିଡିଓ ଆମେ ମାନେ ଦେଖିଥାଉ। ବିଶେଷ କରି ଜୀବଜନ୍ତୁମାନଙ୍କ ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ ଆସିଥାଏ। ପିଲାଠୁ ବୟସ୍କ ସଭିଏଁ ଆଜିକାଲି ଭାଇରାଲ୍ ଭିଡିଓ ଉପରେ ନଜର ରଖୁଛନ୍ତି। ତେବେ ଆଜି ଏମିତି ଆଉ ଏକ ଭାଇରାଲ୍ ଭିଡିଓ ସାମ୍ନାକୁ ଆସିଛି।  ଘଟଣାଟି ହେଉଛି କି, ବିଲେଇ ଶିକାର କରିବାକୁ ଯାଇ ହଟହଟା ହୋଇଛି ଏକ କଲରାପତରିଆ ବାଘ ।ଘଟଣା ଅନୁଯାୟୀ ଏକ ବିଲେଇକୁ ଶିକାର କରିବା ଆଶାରେ ତା ପଛରେ ଧାଇଁ ଧାଇଁ କୂଅରେ ପଡ଼ିଯାଇଥିଲା ଏକ କଲରାପତରିଆ ବାଘ । ଖାଲି ସେତିକି ନୁହେଁ ବିଲେଇଟି ମଧ୍ୟ କୂରେ ପଡ଼ିଯାଇଥିଲା । କୂଅରେ ଦୀର୍ଘ ସମୟ ଫସିରହିଲେ ଉଭୟ ବିଲେଇ ଓ ବାଘ। ଶିକାର ଓ ଶିକାରୀ ଉଭୟ କୂଅ ଭିତରେ ପଡିଥିବାର ଭିଡିଓ କଏକ ହୋଇଥିଲା କ୍ଯାମେରାରେ । ତେବେ ଭିଡିଓରେ ଦେଖିବାକୁ ମିଳୁଛି କି, ପାଣି ଭିତରେ ଶେଷରେ ବାଘ ସହ ଖେଳିଥିଲା ବିଲେଇଟି, ବାଘ ପାଖକୁ ପହଁରି ପହଁରି ଯାଇ ଚିଡାଉଥିଲା।ଯାହା ଶୁଣିବାକୁ ମିଳିଛି କି, ମହାରାଷ୍ଟ୍ର ନାସିକର ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନାସିକର ଏହି ଅଞ୍ଚଳରେ କଲରାପତରିଆ ବାଘ ଦେଖିବାକୁ ମିଳିଥାଏ । କଲରାପତରିଆର ଏହି ବିଲେଇ ଶିକାର ଦୃଶ୍ୟକୁ ନେଇ ଅନେକ ଚର୍ଚ୍ଚା ହେଉଛି । କୂଅରେ ବାଘଟି ଗୋଟିଏ ଲୁହା ଆଙ୍ଗେଲ ଉପରେ ବସିଥିବା ବେଳେ ବିଲେଇଟି ଖୁସିରେ ପହଁରୁଥିଲା । ଏମିତିକି ବାଘ ଲାଞ୍ଜ ସହ ଖେଳୁଥିଲା ବିଲେଇଟି। ପରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘ ଓ ବିଲେଇକୁ ଉଦ୍ଧାର କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।