You are currently viewing ଘରେ ଲଗାନ୍ତୁ ଏହି ଗଛ, ସୁଦୃଢ ହେବ ଆର୍ଥିକ ସ୍ଥିତି

ଘରେ ଲଗାନ୍ତୁ ଏହି ଗଛ, ସୁଦୃଢ ହେବ ଆର୍ଥିକ ସ୍ଥିତି

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରର ନିୟମ ପାଳନ କରାଯାଇଥାଏ। କାରଣ ଏହା ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଯେପରି ବହୁତ ପରିଶ୍ରମ କରିବା ପରେ ଯଦି ଆମେ କୌଣସି କାମରେ ସଫଳତା ପାଉନାହାଁନ୍ତି, ତେବେ ଘରେ କିଛି ନା କିଛି ବାସ୍ତୁ ଦୋଷ ଥାଏ ବୋଲି କୁହାଯାଇଥାଏ । ତେଣୁ ଆମେମାନେ ବାସ୍ତୁ ନିୟମ ସମ୍ପର୍କରେ ଜାଣିବା ନିହାତି ଜରୁରୀ  | ତେବେ ଆସନ୍ତୁ ଜାଣିବା କଣ ସେହି ନିୟମ…

ଘରେ ଯଦି କଷ୍ଟ, ଆର୍ଥିକ ଅସୁବିଧା, ଶାରିରୀକ ପିଡା ଓ ରୋଗ ଆଦି ଲଗାତାର ଲାଗି ରହୁଥାଏ ତେବେ ଘରେ ବାସ୍ତୁ ଅନୁସାରେ କିଛି ଗଛ ଲଗାନ୍ତୁ ଯାହାଦ୍ୱାରା ଆପଣଙ୍କ ଅସୁବିଧା ଦୂର ହେବ । ଏନେଇ ଆଜି ଆମେ ଆପଣଙ୍କୁ ବାସ୍ତୁ ନିୟମ ଅନୁଯାୟୀ ଏପରି ଏକ ଗଛ ଘରେ ଲଗାଇବାକୁ କହିବୁ, ଯାହାକୁ ଘରେ ଲଗାଇବା ଦ୍ୱାରା ସକରାତ୍ମକ ପ୍ରଭାବ ପଡିବା ସହ ଅର୍ଥ ଓ ମାନ ସମ୍ମାନ ବୃଦ୍ଧି ହେବ ।

ଆପଣ ଘରେ ରଜନୀଗନ୍ଧା ଗଛ ଲଗାନ୍ତୁ। ଏହି ଗଛ କେବଳ ଘରର ଶୋଭା ବଢ଼ାଇ ନଥାଏ ବରଂ ଘରକୁ ଧନ ଧାନ୍ୟରେ ଭରିଦେଇଥାଏ । ତେବେ ଏହାକୁ ଘରେ ଲଗାଇବା ସମୟରେ ଠିକ ଦିଗରେ ଲଗାଇବା ଉପରେ ଧ୍ୟାନ ରଖନ୍ତୁ।

ଏହି ଦିଗରେ ଲଗାନ୍ତୁ ରଜନୀଗନ୍ଧା ଗଛ :

ବାସ୍ତୁ ଶାସ୍ତ୍ର ଅନୁସାରେ, ରଜନୀଗନ୍ଧା ଗଛ ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ୍‌ । ଏହି ଗଛ ଲଗାଇବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏହା ପ୍ରଭାବରେ ଘରେ ସଂଚୟ ମଧ୍ୟ ବୃଦ୍ଧି ପାଇଥାଏ । ଅର୍ଥାତ ଧନର ଆଗମନ ମଧ୍ୟ ହୋଇଥାଏ ।

ରଜନୀଗନ୍ଧା ଗଛ ଘରର ପୂର୍ବ ବା ଉତ୍ତର ଦିଗରେ ଲଗାଇବା ଦ୍ୱାରା ଘରର ସଦସ୍ୟଙ୍କ ଉନ୍ନତି ହୋଇଥାଏ । ତାଙ୍କର ସବୁ କାମ ଫଳଦାୟୀ ହୋଇଥାଏ । ଏଥିସହ ବୈବାହିକ ଜୀବନରେ ମଧୂରତା ଆସିଥାଏ । ଏସବୁବ୍ୟତୀତ ରଜନୀଗନ୍ଧା ଫୁଲର ସୁଗନ୍ଧରେ ପୁରା ଘର ପରିବେଶ ମଧ୍ୟ ପଜିଟିଭ ହୋଇଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।