You are currently viewing ଜାଣନ୍ତୁ ବସନ୍ତ ପଞ୍ଚମୀର ମହତ୍ତ୍ୱ

ଜାଣନ୍ତୁ ବସନ୍ତ ପଞ୍ଚମୀର ମହତ୍ତ୍ୱ

ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପୂଜା ପାଳନ କରାଯାଇଥାଏ। ମାନ୍ୟତା ରହିଛି ଏହି ଦିନ ମା ସରସ୍ଵତୀ ପ୍ରକଟ ହୋଇଥିଲେ। ଏହିକାରଣରୁ ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ଵତୀଙ୍କର ମଧ୍ୟ ପୂଜା କରାଯାଇଥାଏ। ଏହି ଦିନ ମାତା ସରସ୍ବତୀଙ୍କ ପୂଜା କରିବା ଦ୍ୱାରା ଜ୍ଞାନ ଏବଂ ବିଦ୍ୟା ପ୍ରାପ୍ତି ହୋଇଥାଏ। ଏହି କାରଣରୁ ସରସ୍ୱତୀ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଚଳିତବର୍ଷ ଏହି ପର୍ବ ଆସନ୍ତା ଜାନୁଆରୀ ୨୬ ଦିନ ପାଳନ କରାଯିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ବସନ୍ତ ପଞ୍ଚମୀର ମହତ୍ତ୍ୱ।

ବସନ୍ତ ପଞ୍ଚମୀର ମହତ୍ତ୍ୱ:
ବସନ୍ତ ପଞ୍ଚମୀକୁ ଶ୍ରୀ ପଞ୍ଚମୀ, ମଧୁମାସ ଏବଂ ଜ୍ଞାନ ପଞ୍ଚମୀ ବୋଲ ମଧ୍ୟ କୁହାଯାଇଥାଏ। କୁହାଯାଏ ଏହି ଦିନ ବସନ୍ତ ଋତୁର ଆଗମନ ହୋଇଥାଏ। ଅର୍ଥାତ ବସନ୍ତ ଋତୁର ଆଗମନ ହେବା ପରେ ଥଣ୍ଡାର ପ୍ରଭାବ କମ ହୋଇଯାଇଥାଏ। ଏହିଦିନ ଜ୍ଞାନ ଏବଂ ସଙ୍ଗୀତର ଅଧିଷ୍ଠାତ୍ରୀ ଦେବୀ ମାତା ସରସ୍ବତୀଙ୍କ ପୂଜା କରିବା ଦ୍ୱାରା ବୁଦ୍ଧି ତୀବ୍ର ହୋଇଥାଏ।

ଏହି ଦିନ ସକାଳୁ ଜଲଦି ଉଠିବା ପରେ ସ୍ନାନ କାର୍ଯ୍ୟ ସାରି ହଳଦିଆ ରଙ୍ଗର ବସ୍ତ୍ର ପରିଧ୍ୟାନ କରି ନିଷ୍ଠାର ସହ ମା ଙ୍କ ପୂଜା କରିବା ସହ ମାତା ସରସ୍ୱତୀଙ୍କୁ ହଳଦିଆ ବସ୍ତ୍ର , ହଳଦିଆ ରଙ୍ଗର ଫୁଲ ଏବଂ ହଳଦିଆ ରଙ୍ଗର ମିଠା ଅର୍ପଣ କରନ୍ତୁ। ଉଲ୍ଲେଖ ଅନୁଯାୟୀ ଏପରି କରିବା ଦ୍ୱାରା ବିଶେଷ କୃପା ଲାଭ ହୋଇଥାଏ। ଏଥିସହ ସରସ୍ୱତୀ ପୂଜା ଦିନ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଶୁଭ ହୋଇଥାଏ।

ବସନ୍ତ ପଞ୍ଚମୀ ଦିନ କରନ୍ତୁ ଦେବୀ ରତି ଏବଂ କାମଦେବଙ୍କ ପୂଜା:
ଏହିଦିନ ମାତା ସରସ୍ବତୀଙ୍କ ପୂଜା କରିବା ସହ ଦେବୀ ରତି ଏବଂ କାମଦେବଙ୍କ ପୂଜା କରାଯାଇଥାଏ। ଉଲ୍ଲେଖ ରହିଛି ଏହିଦିନ ଦେବୀ ରତି ଏବଂ କାମଦେବଙ୍କ ପୂଜା କରିବା ଦ୍ୱାରା ବୈବାହିକ ଜୀବନରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।