You are currently viewing ଜାଣନ୍ତୁ ଶାକମ୍ଭରୀ ନବରାତ୍ରୀର ମହତ୍ତ୍ୱ

ଜାଣନ୍ତୁ ଶାକମ୍ଭରୀ ନବରାତ୍ରୀର ମହତ୍ତ୍ୱ

ପୌଷ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ଶାଂକଭରୀ ନବରାତ୍ରୀ ଆରମ୍ଭ ହୋଇଥାଏ । ଯାହା ପୌଷ ପୂର୍ଣ୍ଣିମା ପର୍ଯ୍ୟନ୍ତ  ପାଳନ କରାଯାଇଥାଏ ।  ଏହାକୁ ଶାକମ୍ଭରୀ  ନବରାତ୍ରୀ ମଧ୍ୟ କୁହାଯାଇଥାଏ । ପୌଷ ମାସର ପୂର୍ଣ୍ଣିମା ତିଥିରେ  ମାତା ଶାଂକଭରୀ  ଜୟନ୍ତି ପାଳନ କରାଯାଇଥାଏ । ଏଥିପାଇଁ ସହାନପୁରର ଶିବାଲିକ୍ କ୍ଷେତ୍ରରେ ମାତା ଶାକମ୍ଭରୀଙ୍କ ଏକ ବିଶାଳ ମେଳା ଅନୁଷ୍ଠିତ ହୋଇଥାଏ ।   ତେବେ ଆସନ୍ତୁ ଜାଣିବା ମାତା ଶାକମ୍ଭରୀ କିଏ ଏବଂ ତାଙ୍କୁ ପୂଜା କରିବାର କ’ଣ ମହତ୍ତ୍ୱ ରହିଛି ?

ମାତା ଶାକମ୍ଭରୀଙ୍କୁ ପନିପରିବା ଏବଂ ବନସ୍ପତିଙ୍କର  ଦେବୀ ବୋଲି କୁହାଯାଏ ।ମାତା ଶାକମ୍ଭରୀ ହେଉଛନ୍ତି  ମାତା ପାର୍ବତୀଙ୍କ ଏକ ସ୍ୱରୂପ ।  ତାଙ୍କର ଅନେକ ନାମ ମଧ୍ୟ ରହିଛି ,  ତାଙ୍କୁ ମାତା ବନଶକାରୀ ଏବଂ ଶତାକ୍ଷୀ ମଧ୍ୟ କୁହାଯାଏ ।ଭାଗବତ ମହାପୁରାଣରେ  ଶାକମ୍ଭରୀ ମାତାଙ୍କୁ ଦେବୀ ଦୁର୍ଗାଙ୍କର ଏକ ରୂପ ବୋଲି ବର୍ଣ୍ଣନା କରାଯାଇଛି । ସୂଚନା ଅନୁଯାୟୀ ପାର୍ବତୀ ଶିବଙ୍କୁ ପାଇବା ପାଇଁ କଠୋର ତପସ୍ୟା କରିଥିଲେ। ସେ ଖାଦ୍ୟ ଏବଂ ଜଳ ଛାଡି ବଞ୍ଚିବା ପାଇଁ କେବଳ  ଶାଗ ପନିପରିବା ଖାଇଥିଲେ। ତେଣୁ ତାଙ୍କର ନାମ ଶାକମ୍ଭରୀ ରଖାଯାଇଥିଲା । ଅନ୍ୟ ଏକ କାହାଣୀ ଅନୁଯାୟୀ, ଯେତେବେଳେ ଶହେ ବର୍ଷ ଧରି ପୃଥିବୀରେ ବର୍ଷା  ହୋଇନଥିଲା, ସେତେବେଳେ ସାଧୁମାନେ ମନୁଷ୍ୟର ଦୁଃଖ ଦେଖି ମାତାଙ୍କୁ ପ୍ରାର୍ଥନା କରିଥିଲେ। ତା ପରେ ଶାକମ୍ଭରୀ  ରୂପରେ ମାତା ଆସିଥିଲେ ଏବଂ ତାଙ୍କ ଶରୀରରୁ ଉତ୍ପନ୍ନ ହୋଇଥିବା ଶାଗରେ ଜଗତକୁ ଭରଣ ପୋଷଣ କରିଥିଲେ । ଏହିପରି ଦେବୀ ବ୍ରହ୍ମାଣ୍ଡକୁ ବିନାଶରୁ ରକ୍ଷା କରିଥିଲେ । ତେଣୁ, ଶାକମ୍ଭରୀ  ଜୟନ୍ତୀ ଦିନ ଫଳ, ଫୁଲ ଏବଂ ସବୁଜ ପନିପରିବା ଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ଶାକମ୍ଭରୀ ଦେବୀଙ୍କ ପୂଜାପାଠର ମହତ୍ତ୍ୱ: ଯେଉଁ ଭକ୍ତ ଶାକମ୍ଭରୀ ଦେବୀଙ୍କର ଉପାସନା, ଧ୍ୟାନ, ଜପ, ପୂଜା-ଅର୍ଚ୍ଚନା  କରନ୍ତି,  ସେମାନେ ଖାଦ୍ୟ, ପାନ ଏବଂ ଅମୃତରୂପ ଫଳ ପ୍ରାପ୍ତ କରିଥାନ୍ତି ।  ଏହାସହ ଯିଏ ମାତାଙ୍କୁ ଭକ୍ତି ସହିତ ପୂଜା କରେ, ତାହାର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।  

ଅନ୍ୟମାନଙ୍କୁ ଜଣାନ୍ତୁ।