You are currently viewing ମନ୍ତ୍ର ଦୂର କରିବ ଵୈବାହିକ ସମସ୍ୟା, ମିଳିବ ମନ ପସନ୍ଦର ଜୀବନ ସାଥୀ

ମନ୍ତ୍ର ଦୂର କରିବ ଵୈବାହିକ ସମସ୍ୟା, ମିଳିବ ମନ ପସନ୍ଦର ଜୀବନ ସାଥୀ

ଭାରତୀୟ ସଂସ୍କୃତିରେ ବିବାହର ଅର୍ଥ ଦୁଇଟି ଆତ୍ମାର ମିଳନ । ଏଥିପାଇଁ ଏକ ଲୋକକଥା ମଧ୍ୟ ଅଛି କି ଯୋଡି ଉପରୁ ତିଆରି ହୋଇଥାଏ । କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଅନେକ ପ୍ରୟାସ ପରେ ମଧ୍ୟ ବିବାହ ହୋଇନପାରୁଥିବାର ଦେଖାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ସଠିକ ନଥିବା ହେତୁ ବିବାହରେ ଏଭଳି ପ୍ରତିବନ୍ଧକ ଦେଖାଯାଏ । ବିବାହରେ ପ୍ରତିବନ୍ଧକ ନ ଆସିବା ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ‘ସ୍ୱୟଂବର ପାର୍ବତୀ ମନ୍ତ୍ର’ ଜପ କରିବା ନିହାତି ଆବଶ୍ୟକ । କୁହାଯାଏକି ଏହି ମନ୍ତ୍ରକୁ ମାତା ପାର୍ବତୀ ଋଷି ଦୁର୍ବାସାଙ୍କ ଠାରୁ ପ୍ରାପ୍ତ କରିଥିଲେ ।

ଏହି ମନ୍ତ୍ର ଜପ କରି ମାତା ପାର୍ବତୀ ଭଗବାନ ଶଙ୍କରଙ୍କୁ ପ୍ରାପ୍ତ କରିଥିଲେ । ଏହି ମନ୍ତ୍ର ସ୍ୱୟଂବର ପାର୍ବତୀ ସ୍ତୋତ୍ରର ପ୍ରତ୍ୟେକ ଶ୍ଲୋକର ପ୍ରଥମ ଅକ୍ଷରକୁ ଯୋଡିକରି ତିଆରି ହୋଇଛି । ଏହା ବହୁତ ପ୍ରଭାବଶାଳୀ ଅଟେ । ଯାହାର ଜପ ଦ୍ୱାରା ବିବାହରେ ଆସୁଥିବା ସମସ୍ତ ବାଧା ଦୂର ହୋଇଥାଏ । ଯଦି କୌଣସି କନ୍ୟା ଏବଂ ପୁରୁଷଙ୍କ ବିବାହରେ ସମସ୍ୟା ଆସୁଛି ତେବେ ଏହି ମନ୍ତ୍ର ଜପ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ବିବାହ ସହଜରେ ହୋଇପାରେ । ଯଦି ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତେବେ ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଜୀବନସାଥୀ ମିଳିବେ । ଏହାଛଡା ଯଦି ଆପଣଙ୍କ ବୈବାହିକ ଜୀବନରେ ଆଶାନ୍ତି ଦେଖାଯାଉଛି ତେବେ ଏହି ମନ୍ତ୍ର ଜପ କରିବା ଦ୍ୱାରା ତାହା ଦୂର ହୋଇଥାଏ । ଶ୍ରଦ୍ଧା ପୂର୍ବକ ଏହି ମନ୍ତ୍ର ଜପ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ମଧ୍ୟ ସୁଖ ପ୍ରଦ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।