You are currently viewing ମଦ ପିଉଛି ମାଙ୍କଡ

ମଦ ପିଉଛି ମାଙ୍କଡ

ମଣିଷ ମାନେ ସାଧାରଣତଃ ମଦ ପିଇଥାଆନ୍ତି କିନ୍ତୁ କେବେ ମାଙ୍କଡ ମଦ ପିଇବାର ଶୁଣିଛନ୍ତିକି ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାଏବରେଲିରେ । ରାଏବରେଲିରେରୁ ଏକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ସାମ୍ନାକୁ ଆସିଛି।  । ଯେଉଁଥିରେ ଗୋଟିଏ ମାଙ୍କଡ ମଦ ବୋତଲକୁ ନିଜ ପାଟିରେ ଖୋଲିବା ପରେ ଢ଼କଢ଼କ କରି ପିଇବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଏକ ଦୋକାନ ଭିତରେ ରେକର୍ଡିଂ ହୋଇଥିବା ବେଳେ ମାଙ୍କଡର ମଦ ପିଇବା ଦେଖି ଲୋକମାନେ ବି ଚକିତ ହୋଇଛନ୍ତି ।

କୁହାଯାଉଛି ଯେ ଏହି ମାଙ୍କଡ଼ ମଦ୍ୟପାନ କରିବାକୁ ଭଲପାଏ। ଯେତେବେଳେ ବି କେହି ମଦ ଦୋକାନରେ ମଦ କିଣିବାକୁ ଏଠାକୁ ଆସନ୍ତି। ସେ ତାଙ୍କଠାରୁ ମଦ ଛଡ଼ାଇ ନେଇ ଯାଇ ନିଜେ ପିଇଦିଏ । ଏହାକୁ ନେଇ ମାଙ୍କଡ଼ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ମଦ ଦୋକାନର ଜଣେ କର୍ମଚାରୀ ଦାବି କରିଛନ୍ତି ଯେ ମାଙ୍କଡ଼ଟି ଲଗାତାର ଭାବେ ଦୋକାନରୁ ବୋତଲ ଚୋରି କରୁଛି ଏବଂ ଏଥିସହ ଗ୍ରାହକଙ୍କଠାରୁ ବୋତଲ ଛଡ଼ାଇ ପିଉଛି।

ଦୋକାନର ଅପରେଟର କହିଛନ୍ତି ଯେ ସେ ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ। କିନ୍ତୁ ଅଧିକାରୀମାନେ ତାଙ୍କୁ ହତ୍ୟା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଘଟଣା ଗଣମାଧ୍ୟମର ନଜରକୁ ଆସିବା ପରେ ବର୍ତ୍ତମାନ ଏକ୍ସାଇଜ୍ ବିଭାଗର ଅଧିକାରୀମାନେ ମାଙ୍କଡକୁ ଧରିବାକୁ ବନ ବିଭାଗକୁ କହିଛନ୍ତି। ଦୋକାନରେ କାମ କରୁଥିବା ଜଣେ ବିକ୍ରମାଦିତ୍ୟ ଶ୍ୟାମ ସୁନ୍ଦର କହିଛନ୍ତି ଯେ ଏହି ମାଙ୍କଡ଼କୁ ନେଇ ଆମେ ବହୁତ ଚିନ୍ତାରେ ରହୁଛୁ। ସେ କେବଳ ଗ୍ରାହକଙ୍କଠାରୁ ମଦ ଛଡ଼ାଇ ନେଉନାହିଁ, ବେଳେବେଳେ ଦୋକାନ ଭିତରେ ରଖାଯାଇଥିବା ବୋତଲଗୁଡ଼ିକୁ ମଧ୍ୟ କ୍ଷତି କରୁଛି । ଯେତେବେଳେ ଆମେ ତାଙ୍କୁ ଘଉଡାଇବାକୁ ଚେଷ୍ଟା କରୁ, ସେ ଆମକୁ କାମୁଡ଼ିବାକୁ ଦଉଡି ଆସୁଛି। ରାଏବରେଲିରେ ଜିଲ୍ଲା ଏକ୍ସାଇଜ୍ ଅଧିକାରୀ ଆରପି ସିଂ କହିଛନ୍ତି ଯେ ଏହି ମାମଲା ତାଙ୍କ ନଜରକୁ ଆସିଛି। ବନ ବିଭାଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେମାନଙ୍କୁ ମାଙ୍କଡକୁ ସେଠାରୁ ନେଇଯିବାକୁ କୁହାଯିବ। ସେହିପରି ନୱାବଗଞ୍ଜ ଅଞ୍ଚଳରୁ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ-କାନପୁର ରାସ୍ତାରେ ଥିବା ଏକ ମଦ ଦୋକାନରେ ଜଣେ ମାଙ୍କଡ଼ ସ୍ଥା‌ୟୀ ଗ୍ରାହକ ପାଲଟି ଯାଇଥିଲା। ସେ ନିଜେ ଥଣ୍ଡା ବିୟର ପିଏ ନହେଲେ କୌଣସି ଗ୍ରାହକ ତା’ ପାଇଁ ଗୋଟିଏ ବୋତଲ କିଣି ଦିଅନ୍ତି। ଶେଷରେ ମାଙ୍କଡ଼ଟି ମରିଗଲା।

ଅନ୍ୟମାନଙ୍କୁ ଜଣାନ୍ତୁ।