You are currently viewing ରଙ୍ଗ ଦାଗରୁ ନିଜ କାରକୁ ଦିଅନ୍ତୁ ସୁରକ୍ଷା

ରଙ୍ଗ ଦାଗରୁ ନିଜ କାରକୁ ଦିଅନ୍ତୁ ସୁରକ୍ଷା

 ରଙ୍ଗର ପର୍ବ ହୋଲିରେ ସମସ୍ତେ ରଙ୍ଗରେ ରଙ୍ଗେଇ ହେବାକୁ ଚାହାଁନ୍ତି ଆଉ ଏଥିପାଇଁ ସାରା ଦେଶରେ ଲୋକେ ଏହି ପର୍ବକୁ ସେଲିବ୍ରେଟ କରନ୍ତି । ଜଣେ ଜଣଙ୍କୁ ରଙ୍ଗ ଲଗାଇ ସମସ୍ତେ ପାଳନ କରନ୍ତି ହୋଲିରେ ପର୍ବ । ତେବେ ଏହାରି ଭିତରେ ଆପଣ ହୋଲିରେ ନିଜ କାରକୁ ବାହାରକୁ ବାହାର କରିବାକୁ ଭୟ କରୁଛନ୍ତି? ଭାବୁଛନ୍ତି ହୋଲିରେ କାରକୁ ବାହାର କଲେ ରଙ୍ଗ ପିଚକାରୀରେ ଆପଣଙ୍କ କାର ଖରାପ ହେଇଯିବ। ତାହେଲେ ଏଥିପାଇଁ ଆପଣ ଆଦୌ ବି ଟେନସନ ହୁଅନ୍ତୁନାହିଁ । କିଛି ଏମିତି ଟିପ୍ସ ଯାହାକୁ ଆଜି ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ । ଯାହାଦ୍ୱାରା ଆପଣ ଜାଣିପାରିବେ ହୋଲି ଦିନ ଜଣେ କାର ମାଲିକଙ୍କୁ କେଉଁ କଥାକୁ ଧ୍ୟାନ ରଖିବା ଜରୁରୀ । ଯଦି ଏହି ଟିପ୍ସକୁ ଆପଣ ଫଲୋ କଲେ ତାହେଲେ ଆପଣ ପୁରା ବିନ୍ଦାସ ଭାବେ ହୋଲିରେ କାର ଚଲାଇପାରିବେ।

କାରକୁ ଏକ ସୁରକ୍ଷିତ ଯାଗାରେ ପାର୍କ କରନ୍ତୁ

 

ଯଦି ସମ୍ଭବ ହେଉଛି ଆପଣ କାରକୁ ଭିଡ ହୋଇଥିବା ସ୍ଥାନ ଠାରୁ ଦୂରେଇ ରଖି ପାର୍କ କରନ୍ତୁ । ଏପରି ଯାଗାରେ ରଖନ୍ତୁ ଯେଉଁଠି ହୋଲିର ସେଲିବ୍ରେସନ ହଉନଥିବ । ହୋଲିରେ ଆପଣଙ୍କ କାରକୁ ରଙ୍ଗ ଠାରୁ ରକ୍ଷା କରିବା ପାଇଁ ଏହା ଏକ ଭଲ ତରିକା ।

କଭର ବ୍ୟବହାର କରନ୍ତୁ

 

ଯଦି କାରକୁ ବନ୍ଦ ସ୍ଥାନ କିମ୍ବା ଆଇସୋଲେଟେଡ଼ ସ୍ଥାନରେ ପାର୍କିଂ କରିବା ସମ୍ଭବ ହେଉନାହିଁ ତାହେଲେ ଗାଡିକୁ କଭର କରି ରଖନ୍ତୁ । ଯେଉଁଠି ହୋଲିର ସେଲିବ୍ରେସନ ହଉନଥିବ । ହୋଲିରେ ଆପଣଙ୍କ କାରକୁ ରଙ୍ଗ ଠାରୁ ରକ୍ଷା କରିବା ପାଇଁ ଏହା ମଧ୍ୟ ଏକ ଜବରଦସ୍ତ ତରିକା ।

ସିଟ ଉପରେ ପ୍ଲାଷ୍ଟିକ କଭର ବ୍ୟବହାର କରନ୍ତୁ

ହୋଲି ଅବସରରେ ଆପଣ କାର ନେଇ କୁଆଡେ ବାହାରକୁ ବାହାରୁଛନ୍ତି ତାହେଲେ ସିଟକୁ ପ୍ଲାଷ୍ଟିକ କଭରରେ ଘୋଡାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ସିଟ ଭିଜିବା ଏବଂ ଡ୍ରେସ ରଙ୍ଗୀନ ହୋଇଯିବା ଭୟ ଠାରୁ ରକ୍ଷା ମିଳିଯିବ । ଏହା ବହୁତ ଜରୁରୀ କାହିଁକିନା କାରର ସିଟରୁ ଦାଗ ହଟାଇବା ବହୁତ ମୁସ୍କିଲ ହୋଇଥାଏ ଯଦି ଆପଣଙ୍କ କାର ହୋଲି ସେଲିବ୍ରେସନ ସମୟରେ ଖରାପ ହୋଇଯାଉଛି ତାହେଲେ ଦାଗ ଗାଢ଼ା ହୋଇଯିବ ପୂର୍ବରୁ ଏହାକୁ ତୁରନ୍ତ ସାଧା ପାଣିରେ ଧୋଇବାକୁ ଚେଷ୍ଟା କରନ୍ତୁ । ସାଧା ପାଣି ସହିତ କେବଳ ସଫା ମାଇକ୍ରୋ ଫାଇବର କପଦର ବ୍ୟବହାର କରନ୍ତୁ । ଅଧିକ ହାର୍ଡ ଡିଟରଜେଣ୍ଟର ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା କାରର ପେଣ୍ଟ ଖରାପ ହୋଇନଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।