You are currently viewing ପଥର ଦେଉଛି ଅଣ୍ଡା

ପଥର ଦେଉଛି ଅଣ୍ଡା

ଆଜିକାଲି ଦୁନିଆରେ ଏମିତି ଘଟଣା ମାନ ଘଟୁଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସବୁ ଚମତ୍କାର ଜିନିଷ ଆପେ ଆପେ ହୋଇଥାଏ । ରହସ୍ୟ ଗୁଡିକୁ କେବଳ ଅନୁମାନ ଆଧାରରେ ସମାଧାନ କରାଯିବ ବୋଲି ଦାବି କରାଯାଏ । ବୈଜ୍ଞାନିକ ମାନେ ମଧ୍ୟ ଅନେକ ସମୟରେ ଗବେଷଣା କରି ମଧ୍ୟ ସଫଳତା ପାଇପାରିନଥାନ୍ତି । ଏଭଳି ଏକ ରହସ୍ୟମୟ ପଥରର କାହାଣୀ ବିଷୟରେ ଆଜି ଜାଣିବା । ଏହି ପଥରଟି ଚାଇନାର ଗିଝୋର ପ୍ରଦେଶରେ ଅବସ୍ଥିତ । ଏହି ପଥର ପ୍ରତି ୩୦ ବର୍ଷରେ ଅଣ୍ଟା ଦେଇଥାଏ । ଅଣ୍ଡା ପଥର ଭିତରେ ଜନ୍ମ ହୁଏ । ଏବଂ ୩୦ ବର୍ଷ ପରେ ଆପେଆପେ ଖସିଯାଏ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ସାଧାରରତଃ କୁକଡା କି କୌଣସି ପକ୍ଷୀ ଅଣ୍ଡା ଦେବାର ଶୁଣିଥିବେ କିନ୍ତୁ ପଥର ଅଣ୍ଡା ଦେବା କଥା ନିଶ୍ଚିତ ରୂପେ ଅଲଗା । ପଥରଟିର ଉଚ୍ଚତା ପ୍ରାୟ ୧୯ ଫୁଟ ଏବଂ ଏହାର ଲମ୍ବ ୬୫ ଫୁଟ । ଅଣ୍ଡାଟି ପତର ଭିତରେ ଜନ୍ମ ନିଏ ଏବଂ ୩୦ ବର୍ଷ ପରେ ଆପେ ଆପେ ପଥରରୁ ଫୁଟି ବାହାରିଯାଏ । ଚାଇନାର ଏହି ରହସ୍ୟମୟ ପଥର ଚାନ ଦନ ୟା ନାମରେ ଜଣାଶୁଣା । ଏହା ଦେଖିବାକୁ କଳାରଙ୍ଗର । ତେଣୁ ପଥରଟି ଯେଉଁ ଅଣ୍ଡା ଦିଏ ତାହା ମଧ୍ୟ କଳାରଙ୍ଗର ଏବଂ ବାହାରକୁ ଚିକ୍କଣ ଦେଖାଯାଏ । ଅଣ୍ଡାଗୁଡିକ ପଥର ସହ ପୁରା ୩୦ ବର୍ଷ ଲାଗିରହିବା ପରେ ଯେତେବେଳେ ପ୍ରସ୍ତୁତ ହୋଇଯାଏ ସେତେବେଳେ ଏହା ନିଜେ ବାହାରିଯାଏ । ବୈଜ୍ଞନିକମାନେ ଏହାର ପ୍ରକ୍ରିୟା ବୁଝିବାକୁ ଚେଷ୍ଟାକରିମଧ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହାନ୍ତି । ତେଣୁ ଲୋକମାନେ ଏହାକୁ ସୁଖର ପ୍ରତୀକ ବୋଲି କହିଥାଆନ୍ତି । ଏଥିପାଇଁ ଅଣ୍ଡା ଭୂମିରେ ପଡିବା ମାତ୍ରେ ଲୋକ ଏହାକୁ ଚୋରିକରି ନେଇଯାଆନ୍ତି । ଭୁବିଜ୍ଞାନୀଙ୍କ କହିବାନୁଯାୟୀ ଏହି ପଥର ୫୦୦ ନିୟୁତ ବର୍ଷର ପୁରୁଣା ପଥର ।

ଅନ୍ୟମାନଙ୍କୁ ଜଣାନ୍ତୁ।