You are currently viewing ବୈଜ୍ଞାନିକଙ୍କ ଅଜବ ପରୀକ୍ଷଣ

ବୈଜ୍ଞାନିକଙ୍କ ଅଜବ ପରୀକ୍ଷଣ

ମହାକାଶରେ ପରୀକ୍ଷା କରିବାକୁ ଅନେକ ଜିନିଷ ରହିଛି । ତେବେ ନାସାର ଜଣେ ପୂର୍ବତନ କର୍ମଚାରୀ ଏକ ଅଜବ ପରୀକ୍ଷଣ କରିଛନ୍ତି । ଯାହା ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଏକ ମିସନ ମାଧ୍ୟମରେ ମହାକାଶକୁ ଅଣ୍ଡା ନେଇଥିଲେ ସେଠାରେ ସେ ଅଣ୍ଡାଟିକୁ ପୃଥିବୀ ପୃଷ୍ଟକୁ ଛାଡିଥିଲେ । ଏହାକୁ ନାସାର ପୂର୍ବତନ ଇଞ୍ଜିନିୟର ମାର୍କ ରୋବର ଦ୍ୱାରା ଏହା ପରିକ୍ଷଣ ହୋଇଥିଲା । ଏବେ ରୋବର ଏକ ୟୁଟୁବ ଚାନେଲ ଚଲାଉଛନ୍ତି । ତେବେ ଏହା ପୂର୍ବରୁ ସେମାନେ ଆଗରୁ ଥରେ ଏପରି ପରିକ୍ଷଣ କରିଥିଲେ । କିନ୍ତୁ ସେଥିରେ ସେ ସଫଳ ହୋଇନଥିଲେ । ଦିତୀୟ ଥର ପରୀକ୍ଷଣରେ ଏପରି ଫଳ ପାଇଲେ ଯାହା ଦ୍ୱାରା ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ପରୀକ୍ଷଣରେ ବହୁ ଅର୍ଥ ଖର୍ଚ୍ଚ ହୋଇଛି । ତେବେ ସେ ନିଜେ ଫଳାଫଳ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଅଣ୍ଡା ଟିକୁ ସୁରକ୍ଷା ମଧ୍ୟରେ ମହାକାଶରୁ ପୃଥିବୀକୁ ଫିଙ୍ଗା ଯାଇଥିଲା କିନ୍ତୁ ଏଥର ଅଣ୍ଡାର କୌଣସି କ୍ଷତି ହୋଇ ନଥିଲା । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।