You are currently viewing ୮୦ ବର୍ଷିୟା ବୃଦ୍ଧା କରୁଛନ୍ତି ପାରାଗ୍ଲାଇଡିଂ

୮୦ ବର୍ଷିୟା ବୃଦ୍ଧା କରୁଛନ୍ତି ପାରାଗ୍ଲାଇଡିଂ

ଇଚ୍ଛାଶକ୍ତି ଆଗରେ ହାରମାନେ ବୟସ । ବୟସ କେବଳ ଏକ ସଂଖ୍ୟା ପାଲଟିଯାଏ । କେତେବେଳେ କୁନି ପିଲାଟି ବଡ଼ଙ୍କ କାମ କରି ଦେଖାଉଥିବା ବେଳେ । ଆଉ କେତେବେଳେ ବୃଦ୍ଧ ବୟସରେ ଯୁବ ବୟସର କାମ କରି ଦେଖାନ୍ତି । ଯାହା ଅନ୍ୟକୁ ପ୍ରେରଣା ଯୋଗାଏ । ନୂଆକରି କରି ଦେଖାଇବାର ସାହାସ ଦିଏ । ଅନ୍ୟ ଆଗରେ ସଜାଇ ଦିଏ ଉଦାହରଣ । ଏପରି ଏକ ଉଦାହରଣ ସାଜିଛନ୍ତି ଏହି ବୃଦ୍ଧ ମହିଳା । ୮୦ ବର୍ଷ ବୟସର ମହିଳା ପାଲଟି ଯାଇଛନ୍ତି ୟଙ୍ଗ ଗାର୍ଲ । କରି ଦେଖାଇଛନ୍ତି ବଡ଼ କାରନାମା । ଲେଖି ଦେଇଛନ୍ତି ନିଜ ନା ଇତିହାସର ସ୍ୱର୍ଣ୍ଣାକ୍ଷରରେ । ଦେଖନ୍ତୁ ଏହି ମହିଳା ଜଣଙ୍କୁ ଶରୀରକୁ ବାର୍ଦ୍ଧକ୍ୟ ଗ୍ରାସି ସାରିଲାଣି । ଗୋଡ଼ ଓ ହାତରେ ଥିବା ମାଂସପେଶୀ ଢିଲା ପଡ଼ି ଗଲାଣି । ମୁହଁରେ ଆଉ ଯୁବତୀ ବେଳର ତେଜ ନାହିଁ । ମୁଣ୍ଡର କେଶ ପାଚି ଗଲାଣି । ତଥାପି ବାହାରି ପଡ଼ିଛନ୍ତି ବଡ଼ ରେକର୍ଡ କରିବା ପାଇଁ ।ଅଣ୍ଟାରେ ଶାଢି ଖୋସି ଦମ୍ଭକରି ଛିଡ଼ା ହୋଇଛନ୍ତି ।

ମୁହଁରେ ଏକ ଉତ୍ସାହ ଭରି ରହିଛି ତାଙ୍କର । ପାଲଟି ଯାଇଛନ୍ତି ୟଙ୍ଗ ଗାର୍ଲ । ଅଣ୍ଟାରେ ବନ୍ଧାହୋଇଛି ବେଲ୍ଡ । ହାତରେ ଧରିଛନ୍ତି ପାରାଚୁଟ ଦଉଡ଼ି । ବହୁତ ଉଚ୍ଚ ଆକାଶରେ କରୁଛନ୍ତି ପାରାଗ୍ଲାଇଡିଂ । ଆକାଶରେ ଉଡ଼ୁଛନ୍ତି ବୃଦ୍ଧ ମହିଳା । ମନରେ ଜମା ଭୟ ନାହିଁ । ଉଡ଼ି ଯାଉଛନ୍ତି ଦୂର ଆକାଶକୁ । ଆପଣବି ପ୍ରଶଂସା ନକରି ରହି ପାରିବେନି । ଭିଡିଓରେ କିଛି ଯୁବକ ତାଙ୍କୁ ଏଥିରେ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି । କିଛି ଯୁବକ ତାଙ୍କୁ ପାରାଗ୍ଲାଇଡିଂ ପାଇଁ ପ୍ରସ୍ତୁତ କରାଉଛନ୍ତି । ତାଙ୍କ ଅଣ୍ଟା ଓ ଦେହରେ ପାରାଚୁଟ ସହ ସଂଯୁକ୍ତ ଥିବା ବେଲ୍ଡ ଭିଡ଼ି ଦେଉଛନ୍ତି । ଏହାପରେ ଉଡ଼ିବା ପାଇଁ ପ୍ରସ୍ତୁତ ବୃଦ୍ଧ ମହିଳା ଜଣକ । ଯୁବକ ମାନଙ୍କ ସହାୟତାରେ କିଛି ବାଟ ଚାଲିବା ପରେ ଆକାଶକୁ ଧିରେ ଧିରେ ଉପରକୁ ଉଠୁଛନ୍ତି ମହିଳା । ଏହାପରେ ଉଚ୍ଚ ଆକାଶରେ ପହଁଚି ଯାଉଛନ୍ତି । ପାରାଚୁଟ ସହାୟତାରେ ଆକାଶରେ ଉଡ଼ୁଛନ୍ତି । ଭିଡିଓରେ ଦାଖାଯାଉଛି କି ସେ ବହୁ ଦୂର ଆକାଶକୁ ଉଡ଼ିଉଡ଼ି ଯାଉଛନ୍ତି । ଯାହା ଦେଖିବାକୁ ଖୁବ ସୁନ୍ଦର ଲାଗୁଛି । ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଥିବା ଯୁବତୀ ଜଣକ ଲେଖିଛନ୍ତି, ବୟସ କେବଳ ଏକ ସଂଖ୍ୟା । ଯାହାକୁ ମୋର ଆଇ ପ୍ରମାଣ କରିଛି । ମୋର ଗ୍ରାଣ୍ଡ ମଦର ଏହା କରିଦେଖାଇଛି ଯେତେବେଳେ ତାକୁ ୮୦ ବର୍ଷ ହେଉଥିଲା । ସେ ତାଙ୍କ ମୋବାଇଲ ଗ୍ୟାଲେରିରେ ଭିଡିଓକୁ ପାଇ ସେୟାର ନକରି ରହିପାରି ନଥିଲେ ବୋଲି ଲେଖିଛନ୍ତି । ଏହାସହ ଲେଖିଛନ୍ତି ୭ ବର୍ଷ ପୂର୍ବେ ସେ ଆମକୁ ଛାଡ଼ି ଚାଲିଯାଇଛି । କିନ୍ତୁ ସେ ଆମ ସହ ଯାହା ଛାଡ଼ି ଯାଇଛି ତାକୁ ସବୁବେଳେ ମନେ ପକାଇବୁ । ଅର୍ଥାତ ଏହି ଭିଡିଓଟି ୭ ବର୍ଷ ତଳର ହୋଇଥିବା ବେଳେ ଯୁବତୀ ଜଣକ ଏବେ ତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଖୁବ ଜୋରରେ ଭାଇରାଲ ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।