You are currently viewing ଦୀପାବଳିରେ କେଉଁସ୍ଥାନରେ ସ୍ଥାପନ କରିବେ ମୂର୍ତ୍ତି

ଦୀପାବଳିରେ କେଉଁସ୍ଥାନରେ ସ୍ଥାପନ କରିବେ ମୂର୍ତ୍ତି

ଶାସ୍ତ୍ର ଅନୁସାରେ ଯଦି ଘରର ସମସ୍ତ ଜିନିଷ ଠିକ୍ ଭାବରେ ରଖାଯାଏ ତେବେ ଏହା ଶୁଭ ଫଳ ଦେଇଥାଏ । ତେବେ ଘରର ପ୍ରତ୍ୟେକ ଜୀନିଷ ପାଇଁ ଏକ ସ୍ଥାନ ରହିଥାଏ । କେବଳ ଏହା ନୁହେଁ ଜିନିଷ ରଖିବେ ଏହା ସହିତ ସବୁ ଜିନିଷ ଠିକ୍ ସ୍ଥାନରେ ରଖିରେ ଶୁଭ ଫଳ ମିଳିଥାଏ । ଏହା ଛଡା ଘର ପାଇଁ କିଛି ନୂଆ ଜିନିଷ କିଣିଲେ ମଧ୍ୟ ତାହାର ଶୁଭ ଫଳ ପ୍ରଦାନ କରିଥାଏ । ତେଣୁ ଏଥି ପାଇଁ ଆମକୁ ବାସ୍ତୁକୁ ମାନିବା ଆବଶ୍ୟକ ।

ବାସ୍ତୁ ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଘରର ଛୋଟ ଛୋଟ ଜିନିଷକୁ ଠିକ ସ୍ଥାନରେ ରଖିବା ଦ୍ୱାରା ତାହା ଶୁଭ ଫଳ ପ୍ରଦାନ କରିଥାଏ । ଏବଂ ଏହା ସହିତ ଏହା ପରିବାରର ସୁଖ ସମୃଦ୍ଧତା ବୃଦ୍ଧି କରିଥାଏ । ତେବେ ଆପଣ କେବେ କାହାକୁ ଲାଫିଙ୍ଗ ବୁଦ୍ଧ ଉପହାରରେ ଦେଇଛନ୍ତି କିମ୍ବା ଆପଣ ଏହାକୁ ଉପହାରରେ ଗ୍ରହଣ କରିଛନ୍ତି ? କିମ୍ବା ଏହାକୁ କିଣିବାକୁ ଚେଷ୍ଟା କରୁଛନ୍ତି ତେବେ ଏହି ଏହି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ।

ଆପଣ ମାନେ ଜାଣିଛନ୍ତି ବାସ୍ତୁ ଅନୁସାରେ ଜିନିଷ ରଖିଲେ ଏହା ଶୁଭ ଫଳ ଦେଇଥାଏ । ସେହି ପରି ଲାଫିଙ୍ଗ ବୁଦ୍ଧଙ୍କୁ ଠିକ୍ ସ୍ଥାନରେ ରଖିଲେ ଏହା ମଧ୍ୟ ଘରେ ସତ୍କରାତ୍ମକ ବୃଦ୍ଧି କରିଥାଏ । ଏହାକୁ ଘର ସାମ୍ନାରେ ରଖନ୍ତୁ ଫଳରେ ଯିଏ ଆପଣଙ୍କ ଘରେ ପ୍ରବେଶ କରିବ ସେ ମଧ୍ୟ ତାହାକୁ ଦେଖି ହସି ପ୍ରବେଶ କରିବ । ବାସ୍ତୁରେ କୁହା ଯାଇଛି ଏହି ଲାଫିଙ୍ଗ ବୁଦ୍ଧ ୧୨ ପ୍ରକାରର ଅଛନ୍ତି । ଚାଇନାରେ ଏହି ଲାଫିଙ୍ଗ ବୁଦ୍ଧକୁ ଘରେ ରଖା ଯାଉଥିବା ବେଳେ ଏମାନଙ୍କ ମଧ୍ୟରୁ କିଛି ଲାଫିଙ୍ଗ ବୁଦ୍ଧ ଇଚ୍ଛା ପୂରଣ କରୁଥିବା ବେଳେ ଆଉ କିଛି ଧନ ବୃଷ୍ଟି କରିଥାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।