You are currently viewing ଅଷ୍ଟ୍ରେଲିଆକୁ ବଡ ଝଟକା : ଟେଷ୍ଟରୁ ବାଦ ପଡିଲେ ଡେଭିଡ ୱାର୍ଣ୍ଣର

ଅଷ୍ଟ୍ରେଲିଆକୁ ବଡ ଝଟକା : ଟେଷ୍ଟରୁ ବାଦ ପଡିଲେ ଡେଭିଡ ୱାର୍ଣ୍ଣର

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ(୨୨.୨.୨୩) :   ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପରବର୍ତ୍ତୀ ଦୁଇ ଟେଷ୍ଟରୁ ଅଷ୍ଟ୍ରେଲିଆ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଓହରିଯାଇଛନ୍ତି। ତାଙ୍କ କହୁଣି ପାଖରେ ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ସିଡ୍‌ନି ଫେରିଛନ୍ତି। ତେବେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବା ପୂବର୍ରୁ ସେ ପୁଣି ଥରେ ଦଳ ସହିତ ଯୋଡ଼ିହେବେ ବୋଲି ସୂଚନା ମିଳିଛି। ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ମହମ୍ମଦ ସିରାଜଙ୍କ ଏକ ବାଉନ୍ସରରେ ୱାର୍ଣ୍ଣରଙ୍କ ବାମ ହାତ କହୁଣି ପାଖରେ ସାମାନ୍ୟ ଆଘାତ ଲାଗିଥିଲା। ଦୁଇ ଓଭର ପରେ ପୁଣି ଥରେ ବଲ୍‌ ତାଙ୍କ ହେଲ୍‌ମେଟ୍‌ରେ ବାଜିବାରୁ କିଛି ସମୟ ପରେ ସେ ଆଉଟ୍‌ ହୋଇଯାଇଥିଲେ। ହେଲେ ତାଙ୍କର କହୁଣି ପାଖ ଆଘାତର ତୁରନ୍ତ ଚିକିତ୍ସା କରାନଗଲେ ଆଗକୁ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଥିଲା। ତଥାପି ସୋମବାର ତାଙ୍କର ପରୀକ୍ଷା କରାଯିବା ପରେ ଦଳ ପକ୍ଷରୁ ଔପଚାରିକ ଭାବେ ତାଙ୍କୁ ପରବର୍ତ୍ତୀ ଦୁଇ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା। ତେବେ ୱାର୍ଣ୍ଣରଙ୍କ ବଦଳରେ କୌଣସି ନୂଆ ଖେଳାଳିଙ୍କୁ ନେବାକୁ ଦଳ ଆଗ୍ରହ ଦେଖାଇନାହିଁ। ତାଙ୍କ ଅନୁପସ୍ଥିତିରେ ଟ୍ରାଭିସ୍‌ ହେଡ୍‌ ପାଳି ଆରମ୍ଭ କରିବେ।ଦିଲ୍ଲୀ ଟେଷ୍ଟରେ ଶୀର୍ଷକ୍ରମରେ ହେଡ୍‌ ବ୍ୟାଟିଂ କରିଥିଲା ବେଳେ ୪୩ ରନ୍‌ ସଂଗ୍ରହ କରିଥିଲେ। ଏପରିକି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଦୁଇଥର ପାଳି ଆରମ୍ଭ କରିଛନ୍ତି। କିନ୍ତୁ ହେଡ୍‌ ଦୀର୍ଘ ସମୟ ପାଇଁ ଏହି ସ୍ଥାନରେ ବ୍ୟାଟିଂ କରିବେନି ବୋଲି ପ୍ରଶିକ୍ଷକ ଆଣ୍ଡ୍ରୁ ମ୍ୟାକଡୋନାଲ୍ଡ କହିଛନ୍ତି। ଅନ୍ୟପକ୍ଷରେ ଇନ୍ଦୋରରେ ଖେଳିବା ପାଇଁ କାମେରୁନ୍‌ ଗ୍ରିନ୍‌ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇସାରିଲେଣି। ଜୋସ୍‌ ହାଜେଲ୍‌ଉଡ୍‌ଙ୍କୁ ଅଷ୍ଟ୍ରେଲିଆ ପ୍ରଥମରୁ ହରାଇସାରିଛି। ତାଙ୍କ ସ୍ଥାନରେ ସୁସ୍ଥ ହୋଇଥିବା ମିଚେଲ୍‌ ଷ୍ଟାର୍କ ଖେଳିବା ନିଶ୍ଚିତ ହୋଇଛି। ସେହିପରି ପାରିବାରିକ କାମରେ ଅଷ୍ଟ୍ରେଲିଆ ଫେରିଥିବା ମିଚେଲ୍‌ ସ୍ବିପସନ୍‌ ଓ ଅଧିନାୟକ ପ୍ୟାଟ୍‌ କମିନ୍ସ ଚଳିତ ସପ୍ତାହ ଶେଷ ଆଡ଼କୁ ଭାରତ ଫେରିଆସିବେ ବୋଲି ଜଣାପଡ଼ିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।