You are currently viewing ପ୍ରଥମ ଟ୍ରାନ୍ସଜେଣ୍ଡର ଖେଳାଳୀ ଭାବେ ଅର୍ନ୍ତଜାତୀୟ କ୍ରିକେଟରେ ଡାନିଏଲ ମ୍ୟାକଗାହେ

ପ୍ରଥମ ଟ୍ରାନ୍ସଜେଣ୍ଡର ଖେଳାଳୀ ଭାବେ ଅର୍ନ୍ତଜାତୀୟ କ୍ରିକେଟରେ ଡାନିଏଲ ମ୍ୟାକଗାହେ

ଲଣ୍ଡନ: ପ୍ରଥମ ଟ୍ରାନ୍ସଜେଣ୍ଡର ଖେଳାଳୀ ଭାବେ ଅର୍ନ୍ତଜାତୀୟ କ୍ରିକେଟରେ ପଦାର୍ପଣ କରିବାକୁ ଯାଉଛନ୍ତି ଡାନିଏଲ ମ୍ୟାକଗାହେ । ଆସନ୍ତା ୨୦୨୪ ମହିଳା ଟି-୨୦ ବିଶ୍ୱକପରେ କାନାଡା ପକ୍ଷରୁ ଡାନିଏଲ ମ୍ୟାକଗାହେ ଖେଳି ବିଶ୍ୱ ପାଇଁ ଇତିହାସ ରଚିବାକୁ ଯାଉଛନ୍ତି । ସେପ୍ଟେମ୍ବର ୪ରୁ ୧୧ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ । ଏଥିରେ ଟି-୨୦ ବିଶ୍ୱକପ୍ ପାଇଁ ଆର୍ଜେଣ୍ଟିନା, ବ୍ରାଜିଲ ଓ ଯୁକ୍ତରାଷ୍ଟ୍ର ଆମେରିକା ସହ ପ୍ରତିଦ୍ୱନ୍ଦିତା କରିବ କାନାଡା ।

ତେବେ ସୂଚନା ଥାଉ କି ଅଷ୍ଟ୍ରେଲିଆର ମୂଳ ନିବାସୀ ଡାନିଏଲ ୨୦୨୦ରେ କାନାଡାକୁ ଯାଇ ପୁରୁଷରୁ ମହିଲା ହେବାର ଚିକିତ୍ସା କରିଥିଲେ । ବର୍ତ୍ତମାନ ସେ ପ୍ରଥମ ଟ୍ରାନ୍ସଜେଣ୍ଡର ଯିଏ କି ଆର୍ନ୍ତଜାତିକ କିକ୍ରେଟରେ ଖେଳିବାକୁ ଅନୁମତି ପାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।