You are currently viewing ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଦୌଡରାଣୀ ଦୂତୀ ଚାନ୍ଦ

ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଦୌଡରାଣୀ ଦୂତୀ ଚାନ୍ଦ

ଭୁବନେଶ୍ୱର-୩୦.୦୬.୨୦୨୧, ଦୌଡରାଣୀ ଦୂତୀ ଚାନ୍ଦ ଟୋକିଓ ଅଲମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି । ଉଭୟ ୧୦୦ ମିଟର ଓ ୨୦୦ ମିଟର ଇଭେଣ୍ଟରେ ଭାଗନେବେ ଦୂତୀ । ୱାର୍ଲଡ ରାଙ୍କିଙ୍ଗ ଆଧାରରେ ଦୂତୀ ଚୟନ ହୋଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ଏନେଇ ଦୂତୀ କହିଛନ୍ତି ଯେ, ୱାର୍ଲଡ ରାଙ୍କ ହିସାବରେ ଯୋଗ୍ୟତା ଅର୍ଜନ ‌ଆଶା ଥିଲା।ଟୋକିଓ ଅଲିମ୍ପିକ ପାଇଁ ୪ ମାସ ହେଲା ଅଭ୍ୟାସ ଜାରି ରଖିଛି। ଗତକାଲି ରାଙ୍କ ପ୍ରକାଶ ପାଇଛି। ୧୦୦ରେ ୪୦, ୨୦୦ରେ ୫୦ ଅଛି । ବିଗତ ୨ ବର୍ଷ ହେଲା ମୁଁ ଭଲ ପ୍ରଦର୍ଶନ କରିଆସିଛି ଆଗକୁ ନିଶ୍ଚିତ ଭାବରେ ଭଲ ହେବ ବୋଲି ଆଶା କରୁଛି ବୋଲି ଦୂତୀ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।