You are currently viewing କରୋନାରେ ଆକ୍ରାନ୍ତ ହେଲେ ହରଭଜନ ସିଂହ

କରୋନାରେ ଆକ୍ରାନ୍ତ ହେଲେ ହରଭଜନ ସିଂହ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ ୨୧/୦୧: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ହରଭଜନ ସିଂ କରୋନା ପଜିଟିଭ୍ ହୋଇଛନ୍ତି। ଏନେଇ ହରଭଜନ ସିଂ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି, ସେ ବର୍ତ୍ତମାନ ତାଙ୍କ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି।ହରଭଜନ ସିଂ ଟ୍ୱିଟ୍ କରି କହିଛନ୍ତି ଯେ , ମୋତେ କରୋନା ପଜିଟିଭ୍ ବୋଲି ଜଣାପଡିଛି। ମୋର କରୋନାର ସାମାନ୍ୟ ଲକ୍ଷଣ ରହିଛି। ସେ ଘରେ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି। ଏଥିସହ କରୋନା ପ୍ରଟୋକଲ ଅନୁଯାୟୀ ଔଷଧ ଖାଉଛନ୍ତି। ଡାକ୍ତରଙ୍କ ସହ ସମ୍ପର୍କରେ ମଧ୍ୟ ଅଛନ୍ତି। ଦୟାକରି ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ଗତ କିଛିଦିନ ମଧ୍ୟରେ ଯେଉଁମାନେ ବି ମୋ ସମ୍ପର୍କରେ ଆସିଛନ୍ତି ସେମାନେ ଆବଶ୍ୟକ ହେଲେ ଟେଷ୍ଟ କରାଇନିଅନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ।

ସେହିପରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବସ୍ରା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ମଧ୍ୟ ଘରେ ହିଁ ନିଜକୁ ଆଇସୋଲେଟ୍ କରିଛନ୍ତି। ଏନେଇ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଗତବର୍ଷ ଡିସେମ୍ବର ୨୪ରେ ହରଭଜନ କ୍ରିକେଟରୁ ସନ୍ୟାସ ନେଇଥିବା ନେଇ ଘୋଷଣା କରିଥିଲେ। କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ନେଇ ଏହି ଅଫ୍ ସ୍ପିନର୍ ବୟ ଘୋଷଣା କରିଥିଲେ।  ବର୍ତ୍ତମାନ ପଞ୍ଜାବରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ ହରଭଜନ ସିଂ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ବର୍ତ୍ତମାନ  ରାଜନୀତିରେ ଯୋଗଦେବା ଖବରକୁ ଟାଳି ଦେଇଛନ୍ତି ଏବଂ କହିଛନ୍ତି  ଯେ ଯେତେବେଳେ ସେ କୌଣସି ନିଷ୍ପତ୍ତି ନେବେ, ସେ ନିଶ୍ଚିତ ଭାବରେ କହିବେ। ହରଭଜନ ସିଂ ଭାରତର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଗଣାଯାଆନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।