You are currently viewing ଦ୍ୱିତୀୟ ସେମିଫାଇନାଲ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲେ କାହା ସହ ଫାଇନାଲ ଖେଳିବ ଟିମ୍‌ ଇଣ୍ଡିଆ? ଜାଣନ୍ତୁ, କ’ଣ ରହିଛି ନିୟମ…

ଦ୍ୱିତୀୟ ସେମିଫାଇନାଲ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲେ କାହା ସହ ଫାଇନାଲ ଖେଳିବ ଟିମ୍‌ ଇଣ୍ଡିଆ? ଜାଣନ୍ତୁ, କ’ଣ ରହିଛି ନିୟମ…

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଭାରତ ଫାଇନାଲରେ ପ୍ରବେଶ କରିଛି। ବିରୋଧୀ ଟିମ୍‌ ସମ୍ମୁଖରେ ୩୯୮ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ମହମ୍ମଦ ଶାମିଙ୍କ ଜବରଦସ୍ତ ବୋଲିଂ ଯୋଗୁ ଦଳ ୩୨୭ରନ୍‌ରେ ସୀମିତ ରହିଥିଲା। 

ସୂଚନା ଥାଉ କି, ଏହା ପୂର୍ବରୁ ଦଳ ୧୯୮୩ରେ କପିଲ ଦେବ, ୨୦୦୩ରେ ସୌରଭ ଗାଙ୍ଗୁଲୀ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱ ସମୟରେ ବିଶ୍ୱକପ୍‌ ଫାଇନାଲ ଖେଳିଥିଲା। ଏହାପରେ ଚତୁର୍ଥ ଥର ପାଇଁ ଭାରତ ବିଶ୍ୱକପ ଫାଇନାଲ ଖେଳିବ। ବିଶ୍ୱକପ୍‌ର ଫାଇନାଲ ମୁକାବିଲା ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। 

ତେବେ ଆଜି ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ ବିଜେତା ଟିମ୍‌ ଭାରତ ସହ ଫାଇନାଲ ଖେଳିବ। ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ କୋଲକାତାରେ ଖେଳାଯିବାକୁ ଥିବା ବେଳେ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି। ତେବେ ଯଦି ଏହି ମ୍ୟାଚ୍‌ରେ ବର୍ଷା ବାଧା ସୃଷ୍ଟି କରେ ତେବେ ଆଇସିସି ନକଆଉଟ୍‌ ମ୍ୟାଚ୍‌ ଲାଗି ରିଜର୍ଭ ଡେ’ ନିର୍ଦ୍ଧାରିତ କରିଛି। ଦ୍ୱିତୀୟ ଦିନ ମଧ୍ୟ ଖେଳର ନିଷ୍କର୍ସ ନ ବାହାରିଲେ ପଏଣ୍ଟ ଟେବୁଲ ଆଧାରରେ ବିଜେତା ଘୋଷଣା କରାଯିବ। ତଦନୁଯାୟୀ ଦକ୍ଷିଣ ଆଫ୍ରିକା ଟିମ୍‌ ଫାଇନାଲରେ ପ୍ରବେଶ କରିବ। ସେଠାରେ ଦଳ ଭାରତ ସହ ଖେଳିବ।

 

ଅନ୍ୟମାନଙ୍କୁ ଜଣାନ୍ତୁ।