You are currently viewing ଆଜି ନିର୍ଣ୍ଣାୟକ ମୁକାବିଲା

ଆଜି ନିର୍ଣ୍ଣାୟକ ମୁକାବିଲା

ଅହମଦାବାଦ,  ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ଶୃଙ୍ଖଳାର ଆଜି ଅନ୍ତିମ ମ୍ୟାଚ । ଏହି ମ୍ୟାଚ ଶୃଙ୍ଖଳାର ବିଜେତା ନିର୍ଣ୍ଣୟ କରିବ । ଭାରତ-ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳ ହୋଇସାରିଛି । ସେଥିମଧ୍ୟରୁ ଭାରତ-ଇଂଲଣ୍ଡ ୨-୨ ରେ ଅଛନ୍ତି । ତେବେ ଆଜି ଏହି ନିର୍ଣ୍ଣାୟକ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନ୍ଧ୍ୟା ୭ ଟା ସମୟରେ ଖେଳାଯିବ । ତେବେ ଏହି ଅନ୍ତିମ ମ୍ୟାଚକୁ ଜିତି ଶୃଙ୍ଖଳାକୁ ଜିତିବା ପାଇଁ ଉଭୟ ଦଳ ପ୍ରସ୍ତୁତ । ତେବେ ଆଉ କିଛି ସମୟ ପରେ ଟସ ହୋଇ ମ୍ୟାଚ ଆରମ୍ଭ ହେବ । ବିଶ୍ବ ଟ୍ବେଣ୍ଟି-୨୦ ମାନ୍ୟତାରେ ଇଂଲଣ୍ଡ ଏକ ନମ୍ବର ଏବଂ ଭାରତ ଦୁଇ ନମ୍ବର ସ୍ଥାନରେ ଥିବାରୁ ଦୁଇ ଶୀର୍ଷ ଦଳ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ରୋମାଞ୍ଚକର ହେବ ।
ଚୂଡାନ୍ତ ଏକାଦଶ ଭାରତୀୟ ଦଳ – ରୋହିତ ଶର୍ମା, କେଏଲ୍ ରାହୁଲ୍, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର, ଯାଦବ, ଋଷଭ ପନ୍ତ, ଶ୍ରେୟସ ଆୟର, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ୱାସିଂଟନ୍ ସୁନ୍ଦର, ରାହୁଲ ଚହର, ଶାର୍ଦୁଲ ଠାକୁର ।
ଚୂଡାନ୍ତ ଏକାଦଶ ଇଂଲଣ୍ଡ ଦଳ – ଜେସନ୍ ରୟ, ଜସ ବଟଲର୍, ଜନି ବେୟାରଷ୍ଟୋ, ଦାୱିଦ ମଲାନ, ବେନ୍ ଷ୍ଟୋକ୍ସ, ସାମ କରନ୍, ଇଅନ ମୋର୍ଗାନ୍ (ଅଧିନାୟକ), ଜୋଫ୍ରା ଆର୍ଚର, କ୍ରିସ୍ ଜୋର୍ଡାନ୍, ମାର୍କ ଉଡ୍, ଆଦିଲ ରସିଦ୍।

ଅନ୍ୟମାନଙ୍କୁ ଜଣାନ୍ତୁ।