game

ମିଶନ ୨୦୨୪ ଟି-ଟ୍ବେଣ୍ଟି ବିଶ୍ବକପ୍: ଆଜି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ 

  • Post category:କ୍ରୀଡା
  • Reading time:1 mins read

ମିଶନ ୨୦୨୪ ଟି-ଟ୍ବେଣ୍ଟି ବିଶ୍ବକପ୍। ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି। ଏଥର ନୂଆ ଫର୍ମାଟରେ ରାତି ୭ଟାରେ ବିଶାଖାପାଟ୍ଟନମରେ ଖେଳାଯିବ ମ୍ୟାଚ୍। ଏହି ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ୨୦୨୧ ପରଠୁ ସୂର୍ଯ୍ୟକୁମାର ଯାଦବ ଭାରତର ନବମ ଟି-ଟ୍ବେଣ୍ଟି ଅଧିନାୟକ ଭାବେ ଗ୍ରାଉଣ୍ଟକୁ ଓହ୍ଲାଇବେ। ଚଳିତ ବର୍ଷ ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା ଓ ଋତୁରାଜ ଗାଏକୱାଡ୍ ଟି-ଟ୍ବେଣ୍ଟି ଅଧିନାୟକ ନିଯୁକ୍ତ ହୋଇସାରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।