You are currently viewing ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ; ଜିତିଲା ଭାରତ

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ; ଜିତିଲା ଭାରତ

ନୂଆଦିଲ୍ଲୀ- ଚେନ୍ନାଇଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟର ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିଛି ଭାରତ । ୩୧୭ ରନରେ ଭାରତୀୟ ଟିମ ଇଂଲଣ୍ଡ ଟିମକୁ ହରାଇଛି । ମ୍ୟାଚର ଦ୍ୱିତୀୟ ଇନିଙ୍ଗସରେ ୧୬୪ ରନରେ ଇଂଲଣ୍ଡ ଟିମ ଅଲଆଉଟ ହୋଇଯାଇଛି । ଖେଳାଳୀ ଅକ୍ଷର ପଟେଲଙ୍କୁ ୫ଟି ୱିକେଟ ଓ ଅଶ୍ୱିନଙ୍କୁ ୩ ଟି ୱିକେଟର ସଫଳତା ମିଳିଛି । ପୂର୍ବ ମ୍ୟାଚକୁ ଇଂଲଣ୍ଡ ଜିତିଥିବା ବେଳେ ସିରିଜର ଦ୍ୱିତୀୟ ମ୍ୟାଚକୁ ଭାରତ ଜିତିନେଇଛି । ବର୍ତ୍ତମାନ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଓ ଇଂଲଣ୍ଡ ୧-୧ ରେ ସମାନ ରହିଛନ୍ତି ।
ଦ୍ୱିତୀୟ ମ୍ୟାଚ ସ୍କୋର – ଭାରତ ୩୨୯,୨୮୬ ; ଇଂଲଣ୍ଡ ୧୩୪, ୧୬୪ ।

ଅନ୍ୟମାନଙ୍କୁ ଜଣାନ୍ତୁ।