You are currently viewing ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ – ଟି ଟ୍ୱେଣ୍ଟି

ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ – ଟି ଟ୍ୱେଣ୍ଟି

  • Post category:କ୍ରୀଡା
  • Reading time:1 mins read

ନଗପୁର(୨୩.୯.୨୨) : ଶୁକ୍ରବାର ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି –ଟ୍ୱେଣ୍ଟି । ଘରୋଇ ପିଚରେ ପ୍ରଥମ ଟି-ଟ୍ୱେଣ୍ଟି ହାରିଥିବା ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚ ବେଶ ଚ୍ୟାଲେଞ୍ଜ ପୂର୍ଣ୍ଣ ହେବ । ତେବେ ସଂନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ । ଏବେ ସୁଦ୍ଧା ୩ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତ ଯଦିଓ ୨୦୦ରୁ ଅଧିକ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।କିନ୍ତୁ ବୋଲିଂ ଦୁର୍ବଳ ପାଇଁ ଟିମ୍ ଇଣ୍ଡିଆ ହାରିଯାଇଥିଲେ ମ୍ୟାଚ୍ । ଯାହାକୁ ନେଇ ବେଶ୍ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଭୁବନେଶ୍ବର କୁମାର ପୁଣି ଥରେ ଡେଥ୍ ଓଭରରେ ସଂଘର୍ଷ କରିଥିଲା ବେଳେ ହର୍ଷଲ ପଟେଲ ୱିକେଟ୍ ବାହାର କରିବାରେ ବିଫଳ ହୋଇଥିଲେ। କେବଳ ଅକ୍ଷର ପଟେଲଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଓଭର ପିଛା ୧୦ରୁ ଅଧିକ ରନ୍ ଖର୍ଚ୍ଚ କରିଥିଲେ। ତେବେ ଯଶପ୍ରୀତ୍ ବୁମରା ଦ୍ବିତୀୟ ମ୍ୟାଚ୍ ରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ବୁମରା ଶେଷ ଥର ପାଇଁ ବ୍ଲୁ ଜର୍ସି ପରିଧାନ କରିଥିଲେ। ହେଲେ ଚଳିତ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ତାଙ୍କୁ ଆଶ୍ଚର୍ଯ୍ୟ ଜନକ ଭାବେ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା। ନାଗପୁରରେ ବୁଧବାର ରାତିରୁ ବର୍ଷା ହେଉଥିବାରୁ ଏହି ମ୍ୟାଚକୁ ନେଇ ଆଶଙ୍କା ରହିଛି। ଉଭୟ ଦଳ ଗୁରୁବାର ଅଭ୍ୟାସ କରିପାରିନାହାନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।