You are currently viewing ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୨୯.୧୧.୨୦୨୧, ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ଡ୍ର ହୋଇଯାଇଛି । କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଶ୍ରେୟସ ଆୟରଙ୍କ ଶତକରେ ଦଳ ୩୪୫ ରନ କରିଥିଲା । ସେହିପରି ଦ୍ୱିତୀୟ ଇନିଂସରେ ସାହା ଓ ଆୟରଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୨୩୪ ରନରେ ପାଳି କରିଥିଲା । ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୪ ରନର ଲକ୍ଷ୍ୟ ଧାର୍ୟ୍ୟ ହୋଇଥିବା ବେଳେ ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ମାତ୍ର ୪ ରନରେ ଏକ ୱିକେଟ ହରାଇଥିଲା । ତେବେ ନ୍ୟୁଜିଲାଣ୍ଡ ୧୬୫ ରନ କରିଥିବାବେଳେ ସ୍ବଳ୍ପ ଆଲୋକ ଯୋଗୁଁ ଅମ୍ପାୟାର ଖେଳ ସମାପ୍ତି ଘୋଷଣା କରିଥିଲେ ।
ନ୍ୟୁଜିଲାଣ୍ଡ ପକ୍ଷରୁ ଟମ ଲିଥମ ୫୨ ରନ,  ଓ୍ବିଲିୟମ ସମରଭିଲ୍ଲେ ୩୬ ଓ ଅଧିନାୟକ କେନ ଓ୍ବିଲିୟମସନ ୨୪ ରନ କରିଥିଲେ । ମାତ୍ର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କ ସାମନା କରିପାରିନଥିଲେ ।
ଭାରତ ପାଇଁ ରବିନ୍ଦ୍ର ଜାଡେଜା ଚାରୋଟି ୱିକେଟ୍ ହାସଲ କରିଥିବା ବେଳେ ଅଶ୍ୱିନ ତିନୋଟି,ଉମେଶ ଯାଦବ ଗୋଟିଏ ଏବଂ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ହାସଲ କରିଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଭାରତ ୩୪୫ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରେୟସ ଆୟର ନିଜର ଡେବ୍ୟୁ ମ୍ୟାଚରେ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଜବାବରେ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୯୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଲିଥମ ୯୫ ଓ ଓ୍ବିଲ ୟଙ୍ଗ୍ ୮୯ ରନ କରିଥିଲେ । ଭାରତର ୨ୟ ଇନିଂସରେ ମଧ୍ୟ ଆୟର ସର୍ବାଧିକ ୬୫ ରନ କରିଥିଲେ । ଆୟରଙ୍କ ଦୁଇ ଇନିଂସରେ ବଡ଼ ସ୍କୋରରୁ ଫାଇଦା ମିଳିପାରିନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।