You are currently viewing ଆଜି ହଙ୍ଗକଙ୍ଗ ସହ ଖେଳିବ ଭାରତ

ଆଜି ହଙ୍ଗକଙ୍ଗ ସହ ଖେଳିବ ଭାରତ

  • Post category:କ୍ରୀଡା
  • Reading time:1 mins read

ଦୁବାଇ (୩୧.୦୮.୨୦୨୨) : ଏସିଆକପ୍‌ରେ ଆଜି ଭାରତର ଏହା ୨ୟ ମ୍ୟାଚ୍ । ଭାରତୀୟ ସମୟ ରାତି ସାଢେ ୭ଟାରେ ଏହି ମ୍ୟାଚ୍ ହେବ । ଦୁବାଇ ଆନ୍ତଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳି ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା । ହଙ୍ଗକଙ୍ଗ ତୁଳନାରେ ଭାରତୀୟ ଖେଳାଳିଙ୍କ ପ୍ରଭାବ ମଜଭୁତ ଥିବାରୁ ଏହି ମ୍ୟାଚ୍ ଜିତିବାର ଲକ୍ଷ ରଖିଛି । ତେବେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲା । ଟି ୨୦ରେ ପାକିସ୍ଥାନ ଠାରୁ ହାରିଥିବା ମ୍ୟାଚ୍‌ର ପ୍ରତିଶେଧ ନେଇଥିଲା ଏସିଆ କପ୍‌ରେ । ଏହି ମ୍ୟାଚ୍‌ରେ ହାରର୍ଦ୍ଦିକ ପାଣ୍ଡ୍ୟା ବିସ୍ପୋରକ ବ୍ୟାଟିଙ୍ଗ କରିଥିଲେ । ଶେଷ ଓଭରେ ଛକା ମାରି ଭାରତୀୟଙ୍କ ମନ କିଣିଥିଲେ । ଟସ୍ ଜିତିବା ପରେ ଭାରତ ପ୍ରଥମେ ବ୍ୟଟିଙ୍ଗ କରିବାର ନିସ୍ପତି ନେଇଥିଲା । ଫଳରେ ପ୍ରଥମେ ବ୍ୟଟିଙ୍ଗ କରି ପାକିସ୍ଥାନ ୧୪୮ ରନ୍ କରିଥିଲା । ତେବେ ଭାରତ ଏଥିରେ ଜିତିବାକୁ ସଫଳ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।