You are currently viewing ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଟିମ ଘୋଷିତ

ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଟିମ ଘୋଷିତ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୨୭.୦୧.୨୦୨୨, ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ଓ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍‌ ଘୋଷିତ ହୋଇଛି। ଏହି ଶୃଙ୍ଖଳା ଗୁଡ଼ିକରେ ରୋହିତ ଶର୍ମା ଅଧିନାୟକ ହେବେ। କେ ଏଲ ରାହୁଲ ଉପ ଅଧିନାୟକ ପଦ ସମ୍ଭାଳିବେ । ସେହିପରି ବିରାଟ କୋହଲି ଦୁଇଟି ଯାକ ସିରିଜ୍ ପାଇଁ ଉପଲବ୍ଧ ହେବେ। ବୁମ୍ରାଙ୍କ ସହ ମହମ୍ମଦ ଶାମିଙ୍କୁ ମଧ୍ୟ ଦିନିକିଆ ଓ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି।  କୁଲଦୀପ ଯାଦବ ପୁଣିଥରେ ଟିମକୁ ଫେରିଛନ୍ତି। ତାଙ୍କୁ ଦିନିକିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି। ସେହିପରି ଯୁବ ସ୍ପିନର ରବି ବିଷ୍ଣୋଇଙ୍କୁ ପ୍ରଥମଥର ଦଳରେ ଚୟନ କରାଯାଇଛି।
ଦିନିକିଆ ସ୍କ୍ୱାଡ୍‌: ରୋହିତ ଶର୍ମା (କ୍ୟାପଟେନ୍‌), ଲୋକେଶ ରାହୁଲ (ଭାଇସ କ୍ୟାପଟେନ୍‌), ଋତୁରାଜ ଗାଏକ୍ୱାଡ୍‌, ଶିଖର ଧୱନ, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର୍‌, ଦୀପକ ହୁଡା, ଋଷଭ ପନ୍ତ (ୱିକେଟ୍ କିପର), ଦୀପକ ଚହର୍‌, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆଭେଶ ଖାନ୍ ।
ଟି-୨୦ ସ୍କ୍ୱାଡ୍‌: ରୋହିତ ଶର୍ମା (କ୍ୟାପଟେନ୍‌), ଲୋକେଶ ରାହୁଲ (ଭାଇସ କ୍ୟାପଟେନ୍‌), ଈଶାନ କିଶନ, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର୍‌, ଋଷଭ ପନ୍ତ (ୱିକେଟ୍ କିପର), ଭେଙ୍କଟେଶ ଆୟର୍‌, ଦୀପକ ଚହର୍‌, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଆଭେଶ ଖାନ୍‌, ହର୍ଷଲ ପଟେଲ ।
ସୂଚନାଯୋଗ୍ୟ ଯେ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅହମଦାବାଦ ଏବଂଦ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କୋଲକାତାରେ ଅନୁଷ୍ଠିତ ହେବ। ଦିନିକିଆ ସିରିଜ୍ ଫେବୃଆରୀ ୬ରୁ ୧୧ ଏବଂ ଟି-୨୦ ସିରିଜ ଫେବୃଆରୀ ୧୬ରୁ ୨-୦ ଯାଏ ଖେଳାଯିବ।

ଅନ୍ୟମାନଙ୍କୁ ଜଣାନ୍ତୁ।