You are currently viewing ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ(୨୭.୯.୨୨) : ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା କରିଛି ବିସିସିଆଇ । ହେଲେ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି । ଆହତ ଜନିତ ସମସ୍ୟା କାରଣରୁ ଷ୍ଟାର ଖେଳାଳି ଦୀପକ ହୁଡ୍ଡା ଏବଂ ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡିଛନ୍ତି ।ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ଭାରତ ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟି ଟି-୨୦ ମ୍ୟାଚ ଖେଳିବ। ତେବେ ଏହି ତିନି ଖେଳାଳି ଟିମରୁ ବାଦ୍ ପଡିବା ସିରିଜ ଉପରେ ନିଶ୍ଚିତ ପ୍ରଭାବ ପକାଇବ। ୨୮ ସେପ୍ଟେମ୍ବରରୁ ଆରମ୍ଭ ହେଉଥିବା ଏହି ମ୍ୟାଚ୍ ପାଇଁ ଟିମ୍ ଅଭ୍ୟାସ ଆରମ୍ଭ କରିଛି। ରୋହିତ ଶର୍ମାଙ୍କ ସହିତ କେଏଲ ରାହୁଲ ଓପନିଂ କରିବେ। ଦୀର୍ଘ ଦିନରୁ ବିରାଟ କୋହଲି ୩ ନଂ ସ୍ଥାନରେ ବ୍ୟାଟିଂ କରୁଛନ୍ତି। ତେଣୁ ବିରାଟ କୋହଲି ୩ ନଂ ସ୍ଥାନରେ ବ୍ୟାଟିଂ କରିବେ। ବିରାଟଙ୍କ ସହିତ ୪ ନଂ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରୁଛନ୍ତି। ଦୁହିଁଙ୍କ ଯୋଡି ପିଚ୍ରେ ଭଲ କମାଲ କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।