You are currently viewing ଆଇପିଏଲ୍: ଆଜି ଚେନ୍ନାଇ ଓ ଦିଲ୍ଲୀ ମୁକାବିଲା

ଆଇପିଏଲ୍: ଆଜି ଚେନ୍ନାଇ ଓ ଦିଲ୍ଲୀ ମୁକାବିଲା

  • Post category:କ୍ରୀଡା
  • Reading time:1 mins read

ଦୁବାଇ-୦୪.୧୦.୨୦୨୧, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୧୪ତମ ସଂସ୍କରଣର ୫୦ତମ ଲିଗ୍‌ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ପ଼ଏଣ୍ଟ ଟେବୁଲର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଥିବା ଏହି ଦୁଇ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ଉଭୟ ଦଳ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିସାରିଛନ୍ତି । ସୁପରକିଙ୍ଗ୍‌ସ ୧୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ୧୮ ପଏଣ୍ଟ ହାସଲ କରିଥିଲେ ହେଁ ରନ୍‌ ରେଟ୍‌ରେ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଛି । ତେଵେ ଆଜି ଚେନ୍ନାଇ ନିଜ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିଵ ଏବଂ ଦିଲ୍ଲୀ ପଏଣ୍ଟ ଟେବୁୱର ଉପରକୁ ଯିବାକୁ ଚେଷ୍ଟା କରିବ । ୨ଟି ଯାକ ଦଳ ବର୍ତ୍ତମାନ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ତେଵେ ଏହି ମ୍ୟାଚରେ କିଏ ଜିତି ପଏଣ୍ଟ ଟେବୁଲର ଉପରେ ରହିବ ତାହା ଉପରେ ସମସ୍ତଙ୍କ ନଜର ।

ସୁପରକିଙ୍ଗ୍‌ସ: ଋତୁରାଜ ଗାଏକୱାଡ୍‌, ଫାପ ଡୁ ପ୍ଲେସି, ମୋଇନ ଅଲି, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ରବିନ୍ଦ୍ର ଜାଡେଜା, ଡ୍ୱେନ ବ୍ରାଭୋ, ସର୍ଦୁଲ ଠାକୁର, ଦୀପକ ଚହର, ଜୋସ ହାଜେଲଉଡ୍‌/ସାମ କୁରାନ ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧାୱନ, ଷ୍ଟିଭେନ ସ୍ମିଥ, ଶ୍ରେୟାସ ଆୟର, ରିଷଭ ପନ୍ତ(ଅଧିନାୟକ), ସିମରନ ହେତମେୟର, ଅକ୍ଷର ପଟେଲ, ଆର ଅଶ୍ୱିନ, କାଗିସୋ ରାବାଡା, ଆନରିଚ ନର୍ଜ, ଅଭେଶ ଖାନ ।

ଅନ୍ୟମାନଙ୍କୁ ଜଣାନ୍ତୁ।