You are currently viewing ବେଙ୍ଗାଲୁରୁକୁ ହରାଇ ଜିତିଲା କୋଲକାତା

ବେଙ୍ଗାଲୁରୁକୁ ହରାଇ ଜିତିଲା କୋଲକାତା

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୨୧.୦୯.୨୦୨୧, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ ୧୪ତମ ସଂସ୍କରଣର ୩୧ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ କଡାଟକ୍କର ଦେଖିବାକୁ ମିଳିଥିଲା । ବେଙ୍ଗାଲୁରୁକୁ ୯ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ସୋମବାର ଆବୁଧାବୀର ଶେଖ ଜାୟଦ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୯୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ୯୩ ରନ୍‌ର ବିଜୟ ଲକ୍ଷ୍ୟକୁ ୧୦ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରିଛି କୋଲକାତା । ଶୁଭମନ ଗିଲ ଏବଂ ଭେଙ୍କଟେଶ ଆୟର ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଜିତାଇଛନ୍ତି । ଶୁଭମନ ଗିଲ ୩୪ଟି ବଲ ଖେଳି ୪୮ ରନ୍ କରିଥିଲେ ଏବଂ ଭେଙ୍କଟେଶ ଆୟର ୨୭ଟି ବଲ ଖେଳି ୪୧ ରନ୍ କରିଥିଲେ ।

ଆଜି ଆଇପିଏଲ୍‌ର ୩୨ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।