You are currently viewing ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ବ୍ୟକ୍ତି ଗିରଫ

ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ବ୍ୟକ୍ତି ଗିରଫ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୧୦.୧୧.୨୦୨୧, ବିରାଟ କୋହଲିଙ୍କ ୯ ମାସର ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ବ୍ୟକ୍ତି ଗିରଫ। ମୁମ୍ବାଇ ପୋଲିସ ଏହି ମାମଲାରେ ହାଇଦ୍ରାବାଦର ଜଣେ ବ୍ୟକ୍ତିକୁ ଗିରଫ କରିଛି ।ପୋଲିସ ଅଭିଯୁକ୍ତକୁ ସେଠାରୁ ମୁମ୍ବାଇ ନେଇକି ଆସୁଛି। ଗିରଫ ଅଭିଯୁକ୍ତର ନାଁ ରାମନାଗେଶ ଅଲିବଥିନି । ଅଭିଯୁକ୍ତ ରାମନାଗେଶ ପେଶାରେ ଜଣେ ସଫ୍ଟେୱେଆର ଇଞ୍ଜିନିଅର। ସେ ପ୍ରଥମେ ଫୁଡ୍‌ ଡେଲିଭରୀ ଆପ୍‌ ପାଇଁ ସଫ୍ଟୱେଆର ତିଆରି କରିବା କାମ କରୁଥିବା ଜଣାପଡିଛି ।
ଟି-୨୦ ୱାର୍ଲ୍ଡ କପ୍‌ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ଭାରତ ହାରିବା ପରେ ବିରାଟ କୋହଲି ଏବଂ ତାଙ୍କ ପରିବାରକୁ ଧମକ ମିଳିଥିଲା । ରାଗି ଯାଇ ତାଙ୍କ ପରିବାରକୁ ଟାର୍ଗେଟ କରାଯାଇଥିଲା। ଏକ ଅଜଣା ଟ୍ୱିଟର ଆକାଉଣ୍ଟ ଜରିଆରେ ବିରାଟ କୋହଲି ଏବଂ ଅନୁଷ୍କାଙ୍କ ଝିଅ ଭମିକାଙ୍କୁ ଦୁଷ୍କର୍ମ କରିବାକୁ ଧମକ ମିଳିଥିଲା । ଟ୍ୱିଟର ଆକାଉଣ୍ଟ ଜରିଆରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।