You are currently viewing ବାଜି ମାରିନେଲା ମୁମ୍ୱାଇ ଇଣ୍ଡିଆନ୍ସ

ବାଜି ମାରିନେଲା ମୁମ୍ୱାଇ ଇଣ୍ଡିଆନ୍ସ

ଚେନ୍ନାଇ, ଆଇପିଏଲ ୨୦୨୧ ୧୪ ତମ ସଂସ୍କରଣର ଆଉ ଏକ ମ୍ୟାଚ ଶେଷ ହୋଇଯାଇଛି । ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ ରାଇଡର୍ସକୁ ୧୦ ରନରେ ହରାଇ ଜିତିଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ସମସ୍ତ ୱିକେଟ ହରାଇ ୧୫୨ ରନ କରିଥିଲା । ୧୫୩ ରନ ଲକ୍ଷ୍ୟ ନେଇ ମଇଦାନକୁ କୋଲକାତା ନାଇଟ ରାଇଡର୍ସର ଖେଳାଳୀମାନେ ଓହ୍ଲାଇଥିଲେ ମଧ୍ୟ ଏହି ଲକ୍ଷ୍ୟକୁ ପୂରଣ କରିପାରିନଥିଲେ । କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୪୨ ରନ କରିପାରିଥିଲା ।ମ୍ୟାଚରେ ରାହୁଲ ଚହରଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି ।

ଆଜି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ସହ ମୁକାବିଲା କରିବ ସନ୍‌ରାଇଜର୍ସ ହାଇଦ୍ରାବାଦ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲର ପଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟ ହାସଲ କରିଥିବାବେଳେ  ସନ୍‌ରାଇଜର୍ସ ହାଇଦ୍ରାବାଦ ନିଜ ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ହାରିଯାଇ ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।

ଅନ୍ୟମାନଙ୍କୁ ଜଣାନ୍ତୁ।