You are currently viewing ରାଜସ୍ଥାନକୁ ୮ ୱିକେଟରେ ପରାସ୍ତ କଲା ମୁମ୍ବାଇ

ରାଜସ୍ଥାନକୁ ୮ ୱିକେଟରେ ପରାସ୍ତ କଲା ମୁମ୍ବାଇ

  • Post category:କ୍ରୀଡା
  • Reading time:1 mins read

ଶାରଜା-୦୬.୧୦.୨୦୨୧, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୧୪ତମ ସଂସ୍କରଣର ୫୧ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ରାଜସ୍ଥାନ ରୟାଲ୍ସକୁ ୮ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ବିଜୟ ସହ ମୁମ୍ବାଇ ଟିମ ପ୍ଳେ ଅଫରେ ଖେଳିବା ଆଶା ଉଜ୍ଜୀବିତ ହୋଇଛି । ଏହା ସହ ମୁମ୍ବାଇ ପ଼ଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି ।
ଶାର୍‌ଜା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଥଲା । ଟିମ୍ ୨୦ ଓଭରରେ ୯ଟି ୱିକେଟ ହରାଇ ୯୦ ରନ୍ କରିଥିଲା । ଫଳରେ ମୁମ୍ବାଇକୁ ଏହି ମ୍ୟାଚ ବିଜୟ ପାଇଁ ୯୧ ରନ୍‌ର ଲକ୍ଷ୍ୟ ମିଳିଥିବାବେଳେ ମୁମ୍ବାଇ ଟିମ ରାଜସ୍ଥାନ ପକ୍ଷରୁ ଦିଆଯାଇଥିବା ଲକ୍ଷ୍ୟକୁ ୮.୨ ଓଭରରେ ହାସଲ କରିଥିଲା । ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ୨୨ ରନ୍, ଯୁବ କ୍ରିକେଟର ଇଶାନ କିଷାନ ୨୫ଟି ବଲ ଖେଳି ୫ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୦ ରନ୍, ସୂର୍ଯ୍ୟକୁମାର ଯାଦବ ୧୩ ରନ୍, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୫ ରନ୍ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।