You are currently viewing ପାରାଲିମ୍ପିକ୍ସରେ ଆଉ ଏକ ପଦକ ଜିତିଲେ ଅବନୀ

ପାରାଲିମ୍ପିକ୍ସରେ ଆଉ ଏକ ପଦକ ଜିତିଲେ ଅବନୀ

ଟୋକିଓ-୦୩.୦୯.୨୦୨୧, ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଶୁଟର୍ ଅବନୀ ଲଖେରା। ପାରାଲିମ୍ପିକ୍ସରେ ଅବନୀଙ୍କୁ ମିଳିଲା ଆଉ ଏକ ପଦକ । ମହିଳା ୫୦ ମିଟର ରାଇଫଲ-୩ ପୋଜିସନ ଏସଏଚ-୧ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ତେବେ ପୂର୍ବରୁ ଅବନୀ ୧୦ ମିଟର ଏୟାର ରାଇଫଲରେ ରେକର୍ଡ କରିବା ସହ ସ୍ବର୍ଣ୍ଣ ଜିତିଥିଲେ । ଏହାକୁ ମିଶାଇ ଭାରତରେ ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଅବନୀ ଭାରତର ପ୍ରଥମ ଆଥଲେଟ୍ ଯିଏକି ପାରାଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।