You are currently viewing ୪ ୱିକେଟରେ ଜିତିଲା ପଞ୍ଜାବ

୪ ୱିକେଟରେ ଜିତିଲା ପଞ୍ଜାବ

ମୁମ୍ୱାଇ, ଆଇପିଏଲ ୨୦୨୧ର ୧୪ ତମ ସଂସ୍କରଣର ଆଉ ଏକ ମ୍ୟାଚ ଶେଷ ହୋଇଯାଇଛି । ମ୍ୟାଚଟି ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିଲା । ମ୍ୟାଚରେ ପଞ୍ଜାବ କିଙ୍ଗସ ୪ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ବିଜୟ ହାସଲ କରିଛି । ତେବେ ପଞ୍ଜାବ କିଙ୍ଗସ ୨୦ ଓଭରରେ ୬ୱିକେଟ ହରାଇ ୨୨୧ ରନ କରିଥିଲା । ୨୨୨ ରନର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରାଜସ୍ଥାନ ରୟାଲ୍ସ ୨୧୭/୭ରେ ଅଟକିଯାଇଥିଲା । ୧୨ଟି ଚୌକା ଓ ୭ଟି ଛକା ସହାୟତାରେ ୬୩ ବଲରେ ସାମସନ୍ ୧୧୯ ରନ୍ ସଂଗ୍ରହ କରିଥିଲେ ମଧ୍ୟ ମ୍ୟାଚକୁ ଜିତାଇପାରିନଥିଲେ । ତେବେ ଉତ୍କୃଷ୍ଟ ଧରଣର ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ‘ମ୍ୟାନ ଅଫ ଦ ମ୍ୟାଚ’ ପୁରସ୍କାର ଜିତିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।