You are currently viewing ସେମିରେ ହାରିଲେ ସିନ୍ଧୁ, କାଲି ବ୍ରୋଞ୍ଜ ପଦକ ଲଢେଇ

ସେମିରେ ହାରିଲେ ସିନ୍ଧୁ, କାଲି ବ୍ରୋଞ୍ଜ ପଦକ ଲଢେଇ

ଟୋକିଓ-୩୧.୦୭.୨୦୨୧, ସେମିଫାଇନାଲରେ ହାରିଲେ ପି.ଭି. ସିନ୍ଧୁ । ଏହା ସହ ଭାରତର ସ୍ବର୍ଣ୍ଣ ପଦକ ଜିତିବାର ଆଶା ମଳିନ ପଡିଛି । ତାଇଓ୍ବାନର ତାଇ ଜୁ ଇଙ୍ଗଙ୍କଠାରୁ ୧୮-୨୧, ୧୨-୨୧ ସେଟ୍‌ରେ ପି.ଭି. ସିନ୍ଧୁ ହାରିଛନ୍ତି। ବ୍ରୋଞ୍ଜ ପଦକ ପାଇଁ ଆସନ୍ତାକାଲି ଖେଳିବେ ସିନ୍ଧୁ । ତାଇ ଜୁ ଇଙ୍ଗ ମ୍ୟାଚ ଜିତିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ବିଶ୍ବର ୫ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳୀ ଜାପାନର ଆକେନ ୟାମାଗୁଚିଙ୍କୁ ହରାଇ ଅଲମ୍ପିକ୍ସ ମହିଳା ସିଙ୍ଗଲ୍ସ ବାଡମିଣ୍ଟନର ସେମିଫାଇନାଲରେ ପ୍ରବେଶ କରିଥିଲେ ସିନ୍ଧୁ।

ଅନ୍ୟମାନଙ୍କୁ ଜଣାନ୍ତୁ।